ବ୍ୟୁରୋ – ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ବାତ୍ୟା “ଦାନା” ଶେଷରେ ଦୁର୍ବଳ ହେବାରୁ ଆଜିଠାରୁ ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଛି।ଭୀଷଣ ବାତ୍ୟାକୁ ନଜରରେ ରଖି ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଭିଦାଉଦ୍ୟାନ ୨୪ ଓ ୨୫ ଦୁଇ ଦିନ ବନ୍ଦ ରହିଥିଲା ଓ ବାତ୍ୟା ଟଳିବା ପରେ ଆଜି ୨୬ତାରିଖ ଶନିବାର ଦିନ ଠାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲା ଯାଇଛି।ଆଜି ନନ୍ଦନକାନନ ଖୋଲା ଯିବା ପରେ ଆରମ୍ଭରୁ ହଜାର ହଜାର ପର୍ଯ୍ୟଟକଙ୍କ ଜନ ସମାଗମ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ,ଭୀଷଣ ବାତ୍ୟାକୁ ଦୃଷ୍ଟିରେ ରଖି ନନ୍ଦନକାନନର ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ନନ୍ଦନକାନନକୁ ୨୪ ଓ ୨୫ ତାରିଖ ଦୁଇଦିନ ପାଇଁ ବନ୍ଦ ରଖା ଯିବାପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।