ବ୍ୟୁରୋ : ରାଜଧାନୀ ଉପକଣ୍ଠ କଳାରାହାଙ୍ଗ ଅଲେଖ ମହିମା ଆଶ୍ରମ ନିକଟସ୍ତ କେନାଲ ବନ୍ଧ କଡ଼ରେ ଥିବା ଏକ ଗଛରୁ ବିରାଟ ଅଜଗର ସାପକୁ କାବୁ କରିଛନ୍ତି ସ୍ନେକ ହେଲ୍ପ ଲାଇନର ସଦସ୍ୟ।ଆଜି ଅଜଗରଟି ନିକଟରେ ଜନ୍ମ ନେଇଥିବା ୫ଟି କୁକୁର ଛୁଆକୁ ଖାଇ କେନାଲ କଡ଼ରେ ଥିବା ଏକ ଗଛରେ ସୋଇ ରହିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ।ପରେ ବନ ବିଭାଗ ସେଠାରେ ପହଞ୍ଚି ସ୍ନେକ ହେଲ୍ପ ସଦସ୍ୟ ରଣଜିତ୍ ଓଝା ଓ ପଞ୍ଚୁ ସେଠୀଙ୍କ ସହାୟତାରେ ୨ ଘଣ୍ଟା ପରେ ଅଜଗର ସାପକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି।ଅଜଗରର ଲମ୍ବ ୧୫’୩ ଫୁଟ ଥିବା ବେଳେ ଏହାର ଓଜନ ୧କୁଇଣ୍ଟାଲ ଥିବା କୁହା ଯାଇଛି।ଉଦ୍ଧାର ପରେ ଅଜଗର ସାପକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।
୫ଟି କୁକୁର ଛୁଆକୁ ଖାଇ ଗଛରେ ସୋଇଥିଲା ଅଜଗର,ମାଡ଼ିବସିଲା ସ୍ନେକ୍ ହେଲ୍ପ ଟିମର ସଦସ୍ୟ
