ବ୍ୟୁରୋ : ଚଳିତ ଡିସେମ୍ବର ମାସ ୨୫ ତାରିଖରେ ମିଳିବାକୁ ଥିବା ସୁଭଦ୍ରା ଟଙ୍କା ବନ୍ଦ ରହିଲା।ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ପରେ ମହିଳା ହିତାଧିକାରୀଙ୍କୁ ଅନ୍ୟ ଏକ ତାରିଖରେ ଦିଆଯିବ ସୁଭଦ୍ରା ଟଙ୍କା।ଯେପର୍ଯ୍ୟନ୍ତ ସବିଶେଷ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇନି ସେ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ କରିନଥିବା ହିତାଧିକାରୀଙ୍କୁ ସରକାର ଶେଷ ସୁଯୋଗ ଦେଇଛନ୍ତି । ଇ କେୱାଇସି ଏବଂ ବାଇଓମେଟ୍ରିକ ଜରିଆରେ ତୁରନ୍ତ ସୁଭଦ୍ରା ଯାଞ୍ଚ ପ୍ରକ୍ରିୟା ଶେଷ କରନ୍ତୁ । ଏ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବାକୁ ଅଛି ସୁଭଦ୍ରା ଟଙ୍କା।
ସ୍ଥଗିତ ରହିଲା ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା
