ନା ବାଳିକାକୁ ଅସଦାଚରଣ କରି ଫେରାର ଅଭିଯୁକ୍ତ ଗିରଫ

ବ୍ୟୁରୋ : ଦୀର୍ଘଦିନ ହେଲା ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ବାରଙ୍ଗ ଥାନା ପୋଲିସ।ଜଣେ ନା ବାଳିକାକୁ ଅସଦାଚରଣ କରି ଦୀର୍ଘଦିନ ହେବ ପୋଲିସ ଠାରୁ ଲୁଚି ବୁଲୁଥିବା ବାରଙ୍ଗ ଥାନା ଫୁଲପୋଖରି ଗ୍ରାମର ବିକାଶ ବାରିକକୁ ଆଜି ବାରଙ୍ଗ ପୋଲିସ ଗିରଫ କରିବାରେ ସଫଳ ହୋଇଛି।ଫେରାର ଅଭିଯୁକ୍ତ ବିକାଶ ନିଜଗ୍ରାମ ଫୁଲପୋଖରି ଗ୍ରାମରେ ବୁଲୁଥିବା ବେଳେ ବିଶେଷ ସୂତ୍ରରୁ ବାରଙ୍ଗ ଥାନା ପୋଲିସ ଏସଆଈ ରବି ନାରାୟଣ ପରିଡ଼ା ଓ ତାଙ୍କ କର୍ମଚାରୀ ଚଢାଉ କରି ଅଭିଯୁକ୍ତକୁ ଗିରଫ କରି ଆଜି ତାକୁ କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *