ମଦ୍ୟପଙ୍କ ନୂଆ ଫର୍ମୁଲା,ଘରେ ଟଙ୍କା ନଦେବାରୁ ବିଦ୍ୟୁତ୍ ତାରରେ ଶୋଇଲେ ମଦ୍ୟପ 

ବ୍ୟୁରୋ : ମଦ୍ୟପ ମାନେ କେତେବେଳେ କୋଉ ରୂପ ଗ୍ରହଣ କରିଥାନ୍ତି ତାହା ଜାଣିବା ମୁସ୍କିଲ।ମଦ୍ୟପାନ କଲା ପରେ ସେମାନଙ୍କ ବ୍ୟବହାରରେ ସାଧାରଣ ଲୋକେ ଅତିଷ୍ଠ ହୋଇ ପଡୁଥିବା ବେଳେ ମଦ୍ୟପଙ୍କ ପିତା,ମାତାଙ୍କୁ କିପରି ଜୀବନ କାତୁଥିବେ ତାହା ସମସ୍ତଙ୍କୁ ଜଣା।

ଜଣେ ମଦ୍ୟପଙ୍କ ନୂଆ ତରିକା।ଘରେ ମଦ୍ୟପାନ କରିବା ପାଇଁ ଟଙ୍କା  ନଦେବାରୁ ନୂଆ ତରିକା ଆପଣେଇ ଶେଷରେ ବିଦ୍ୟୁତ୍ ତାରରେ ସୋଇବାକୁ ପଡ଼ିଛନ୍ତି।ଭାଇଙ୍କୁ ଭୀଷଣ ନିସା ହୋଇଛି ଶେଷରେ ଇଲେକ୍ଟି ଖୁଣ୍ଟରେ ଚଢ଼ିଛନ୍ତି ଆଉ ଶୋଇ ପଡିଛନ୍ତି।ଆପଣ ଭାବୁଥିବେ କରେଣ୍ଟ ତ ମାରିଥିବ ନିଶ୍ଚୟ ? ନାଇଁ ଆଜ୍ଞା,ମାରିଥିଲେ କଥା ସରନ୍ତାଣି।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି,ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ସୀମାନ୍ତ ପାର୍ବତୀପୁରମ୍ ପଞ୍ଚାୟତର ଏମ୍.ସିଙ୍ଗାପୁରମ୍ ଅଞ୍ଚଳରେ।ବର୍ଷର ଶେଷ ଦିନ ଡିସେମ୍ବର ୩୧ ମଙ୍ଗଳବାର। ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଓ ନୂଆବର୍ଷ ପାଳନ ଆଳରେ ମଦ ପିଇଲେ ଏହି ବ୍ୟକ୍ତି।ନାକ ଯାଏଁ ମଦ ପିଇଥିଲେ ମଧ୍ୟ ଆଉ ପିଇବା ପାଇଁ ଇଚ୍ଛା ହେଲା।ହେଲେ ପାଖରେ ଟଙ୍କା ନଥିଲା।ନିଜ ମା’କୁ ଯାଇ ଟଙ୍କା ମାଗିଲେ। କିନ୍ତୁ ସେ ଟଙ୍କା ଦେବାକୁ ମନା କରିଦେଇଥିଲେ।ବାସ୍‌ ଏତିକିରେ ରାଗି ଯାଇ ନିଶାସକ୍ତ ବ୍ୟକ୍ତି ଜଣଙ୍କ ଗାଁରେ ବସିଥିବା ଟ୍ରାନସ୍ ଫରମରକୁ ଅଫ୍ କରି ସକାଳୁ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ି ଯାଇଥିଲେ। ଏହାପରେ ବିଦ୍ୟୁତ୍‌ ତାର ଉପରେ ଶୋଇଥିଲେ।

ଅନ୍ୟ ପଟରେ,ଏଭଳି ଘଟଣା ପାଇଁ,ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଅନ୍ଧକାର ସହ ସମସ୍ତ ଗାଁ ଲୋକଙ୍କୁ କରିଥିଲେ ନାକେଦମ୍‌।ଗାଁ ଲୋକେ ଯେତେ ନେହୁରା ହେଲେ ବି ସେ ତଳକୁ ଓହ୍ଲାଇ ନଥିଲେ।ଯାହାକୁ ନେଇ ଏହାର ପୂରା ଘଟଣାର ଭିଡିଓ  ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *