ବିପୁଳ ପରିମାଣର ମାରଣାସ୍ତ୍ର ସହ ୩ ଗିରଫ

ବ୍ୟୁରୋ : ଦୈତନଗରି ମଧ୍ୟସ୍ଥଳ ବାରଙ୍ଗ ଥାନା ଅଞ୍ଚଳରେ ଅସାମାଜିକ ଦୂର୍ବର୍ତ୍ତଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି।କେତେବେଳେ  ନିକାଞ୍ଚନ ସ୍ଥାନ ଦେଖି ଛିନିତାଇ କରୁଛନ୍ତି ତ ଆଉ କେଉଁ ସ୍ଥାନରୁ ଡକାୟତି କରୁଛନ୍ତି।ଦୁର୍ବର୍ତ୍ତଙ୍କ ଉତ୍ପାତରେ ଲୋକେ ଅତିଷ୍ଠ ହୋଇ ପଡିଥିବା ବେଳେ ଆଜି ଏକ ବଡ଼ ଧରଣର ଅପରାଧୀ ଗ୍ୟାଙ୍ଗକୁ ବାରଙ୍ଗ ପୋଲିସ ଧରିବାରେ ସକ୍ଷମ ହୋଇଛି।

ସୂଚନା ଅନୁସାରେ,ବାରଙ୍ଗ ଥାନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ନରାଜ ଓମ୍ଫେଡ କଲୋନୀ ରାସ୍ତାରେ ଏକ ନମ୍ବର ବିହୀନ ୱାଗନଆର୍ କାର ଅନେକ ସମୟ ଧରି ରହିଥିବା ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନମ୍ବର ବିହୀନ କାରକୁ ଜବତ କରିବା ସହ କାରରେ ଥିବା ୩ଜଣ ଅଜଣା ଲୋକଙ୍କୁ ଅଟକ ରଖି ପଚାର ଉଚାର କରିବା ସହ ଗାଡ଼ିକୁ ତଲାସୀ କରିଥିଲେ।ତଲାସୀ ସମୟରେ କାରରୁ ଗୋଟିଏ ବନ୍ଧୁକ,ଗୋଟେ ଚାପଡ଼,ଦୁଇଟି ଜୀବନ୍ତ ବୋମା ଜବତ କରିଥିଲେ।ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।ସମସ୍ତ ଅଭିଯୁକ୍ତ ମାନେ ହେଲେ,କଟକ ନରସିଂହପୁର ଥାନା ଜୟପୁର ଗ୍ରାମର ସଂଗ୍ରାମ ଦାସ,ବାରଙ୍ଗ ଥାନା ନରାଜ ଗ୍ରାମର ଦେବୀ ପ୍ରସାଦ ଦଳାଇ ଏବଂ କଟକ  ମଙ୍ଗଳାବାଗ ଥାନା ବଣିଆସାହିର ପପିନା ପାତ୍ର ବୋଲି ପୋଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *