ମାଟିରେ ମିଶିଲା ଶ୍ରୀ ବୈକୁଣ୍ଠ ଧାମ,,ଆଶ୍ରମର ମୁଖ୍ୟ ବାବା ଫେରାର।ଖୋଜୁଛି ପୋଲିସ।

ବ୍ୟୁରୋ : ନିରାଶ ହେଲେ ବୈକୁଣ୍ଠ ଆଶ୍ରମର ଭକ୍ତ। ବୋହି ନେଲେ ଆଶ୍ରମରେ ଥିବା ସମସ୍ତ ଆସବବପତ୍ର।ଦୀର୍ଘଦିନ ଧରି ବିବାଦ ଭିତରେ ଛନ୍ଦି ହୋଇ ପଡ଼ିଥିବା ଏହି ଆଶ୍ରମ ଆଜି ଭଙ୍ଗା ଯାଇଛି। ଅପରାହ୍ନ ୪ ଟା ସୁଦ୍ଧା ଆଶ୍ରମର ସମସ୍ତ ଘର ସମ୍ପୂର୍ଣ୍ଣ ମାଟିରେ ମିଶିଯିବ ବୋଲି ବିଡ଼ିଏ ଅଧିକାରୀ ସୂଚନା ଦେଇଛନ୍ତି।ସୂଚନା ଅନୁସାରେ,ଦୀର୍ଘ ଦିନ ଧରି ଖଣ୍ଡରିରି ଅଞ୍ଚଳର ଏକ  ସରକାରୀ ଜମି ଉପରେ ଗଢି ଉଠିଥିବା ଆଶ୍ରମ ବିବାଦ ଭିତରକୁ ଛନ୍ଦି ହୋଇ ପଡ଼ିଥିଲା। ଜଣେ ପିଲା ବାବାଙ୍କୁ ଭକ୍ତମାନେ ପୂଜା କରୁଥିବା ବେଳେ ତାଙ୍କ ପାଦ ତଳେ ତୁଳସୀ ରଖି ପୂଜିବାର ଦୃଶ୍ୟ ଭିଡ଼ିଓ ଭାଇରଲ୍ ହେବା ପରେ ଚର୍ଚ୍ଚାକୁ ଆସିଥିଲା ଆଶ୍ରମ ଆଶ୍ରମର ମୁଖ୍ୟ କୁହା ଯାଉଥିବା ବାବା କାଶୀନାଥ ଏବେ ଫେରାର ଅଛନ୍ତି।ତାଙ୍କର କୌଣସି ଖୋଜ ଖବର ମିଳୁନି

ସୂଚନା ଅନୁସାରେ,ଦୀର୍ଘ ଦିନ ଧରି ଖଣ୍ଡରିରି ଅଞ୍ଚଳର ଏକ  ସରକାରୀ ଜମି ଉପରେ ଗଢି ଉଠିଥିବା ଆଶ୍ରମ ବିବାଦ ଭିତରକୁ ଛନ୍ଦି ହୋଇ ପଡ଼ିଥିଲା। ଜଣେ ପିଲା ବାବାଙ୍କୁ ଭକ୍ତମାନେ ପୂଜା କରୁଥିବା ବେଳେ ତାଙ୍କ ପାଦ ତଳେ ତୁଳସୀ ରଖି ପୂଜିବାର ଦୃଶ୍ୟ ଭିଡ଼ିଓ ଭାଇରଲ୍ ହେବା ପରେ ଚର୍ଚ୍ଚାକୁ ଆସିଥିବା ବେଳେ ଉକ୍ତ ଆଶ୍ରମର ମୁଖ୍ୟ କୁହା ଯାଉଥିବା ବାବା କାଶୀନାଥ ଏବେ ଫେରାର ଅଛନ୍ତି।ତାଙ୍କର କୌଣସି ଖୋଜ ଖବର ମିଳୁନି।ସେପଟେ ପୋଲିସ ଖୋଜୁଛି ବାବାକୁ।

ଅପରପକ୍ଷେ ଆଶ୍ରମ ଭାଙ୍ଗିବା ପାଇଁ ପୂର୍ବରୁ ବିଡ଼ିଏ ନୋଟିସ କରିଥିଲେ ମଧ୍ୟ ଆଶ୍ରମ କର୍ତ୍ତୁପକ୍ଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।ଏହାକୁ ନେଇ ଅଦାଲତ ଉଚ୍ଛେଦ ଉପରେ ରୋକ୍ ଲଗାଇଥିଲେ।ଯାହାକୁ ନେଇ ବିଡ଼ିଏ ପକ୍ଷରୁ ହାଇକୋର୍ଟରେ ଭାଙ୍ଗିବା ପାଇଁ ସମସ୍ତ ତଥ୍ୟ ଉପସ୍ଥାପନ କରାଯାଇ ଥିଲା।ଗତ ଦୁଇଦିନ ତଳେ ହାଇକୋର୍ଟଙ୍କ ପକ୍ଷରୁ ଆଶ୍ରମ ଭାଙ୍ଗିବା ପାଇଁ ଅନୁମତି ମିଳିବ ପରେ ବିଡ଼ିଏ ପକ୍ଷରୁ ମାପ ଚୁପ୍ କରାଯିବା ପରେ ଆଜି ସକାଳୁ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର  କରା ଯାଇଛି। 

Leave a Reply

Your email address will not be published. Required fields are marked *