ଚନ୍ଦକା ଅଞ୍ଚଳରେ ହାତୀ ଉତ୍ପାତ,,ନଷ୍ଟ ହେଲା ହେକ୍ଟର ହେକ୍ଟର ଚାଷଜମି,,,ଦାବିରେ ଡେରାସ ଡ୍ୟାମ ଗେଟ ସମୁଖରେ ଉତେଜନା

ବ୍ୟୁରୋ : ଚନ୍ଦକା – ଡମପଡା ଅଭୟରଣ୍ୟର ଡେରାସ ଡ୍ୟାମ ନିକଟ ଝରବଣିଆ ଅଞ୍ଚଳରେ ହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି।ପ୍ରଭାବରେ ନଷ୍ଟ କଲେ ହେକ୍ଟର ହେକ୍ଟର ପାଚିଲା ଧାନ ଫସଲ।ସେପଟେ ଅନେକ ଧାନ ଫସଲ ନଷ୍ଟ ହେବା ହେତୁ ବନବିଭାଗକୁ ଅଞ୍ଚଳବାସିଙ୍କ ସମେତ ଚାଷୀ ଯୋଗା ଯୋଗ କଲେ ମଧ୍ୟ କିଛି ମିଳୁନି ସୁଫଳ।ନା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲା କ୍ଷତିପୂରଣ।

ଏହି ଉଦ୍ଦେଶ୍ୟରେ ଅଞ୍ଚଳବାସୀଙ୍କ ସମେତ ଚାଷୀ ଆଜି ସନ୍ଧ୍ୟାରେ ଡେରାସ ମୁଖ୍ୟ ଫାଟକ ସାମ୍ନାକୁ ଚାଲି ଆସିବାରୁ  ଦେଖା ଦେଇଛି ଉତେଜନା lହେଲେ ବନବିଭାଗ ଚୁପ ରହିଥିବା ବେଳେ କୌଣସି ବନ ଅଧିକାରୀଙ୍କ ଦେଖା ନମିଳିବାରୁ ଉତେଜନା ବଢ଼ିବାରେ ଲାଗିଛି।ଖୁବଶୀଘ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୁରଣ ବାବଦେ ଅର୍ଥ ପ୍ରଦାନ ନ କରନ୍ତି ଶେଷରେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *