ନନ୍ଦନକାନନରେ ପ୍ରଥମ ଥର ମା ହେଲା ଦୁର୍ଗା,ଜନ୍ମ ଦେଲା ଗୋଟିଏ ଅଣ୍ଡିରା ଶାବକ।

ବ୍ୟୁରୋ : ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଖୁସି ଖବର। ସିମ୍ପାଞ୍ଜି ଦୁର୍ଗା ପ୍ରଥମ ଥର ହୋଇଛି ମା।ଜନ୍ମ ଦେଇଛି  ଗୋଟିଏ ଶିଶୁ ଶାବକକୁ।ମା ଓ ଜନ୍ମିତ ଶିଶୁ ଶାବକ ଦୁହେଁ ସୁସ୍ଥ ଥିବା ବେଳେ ସିସିଟିଭି କ୍ୟାମେରା ମାଧ୍ୟମରେ  ସେମାନଙ୍କର ଗତିବିଧି ଉପରେ ନଜର ରଖିଛନ୍ତି କର୍ତ୍ତୃପକ୍ଷ।

ପ୍ରକାଶ ଯେ,ଅଣ୍ଡିରା ସିମ୍ପାଂଜୀ ଜୁଲୁ ଓ ଦୁର୍ଗାର ମିଳନରୁ ୨୩୮ ଦିନ ପରେ ମାଇ ସିମ୍ପାଂଜୀ ଦୁର୍ଗା ପ୍ରଥମ ଥର କରି  ଜନ୍ମ ଦେଇଛି ଗୋଟିଏ ଶାବକ।ଯାହା ଫଳରେ ନନ୍ଦନକାନନରେ ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ପାଇଛି।ସେଥି ମଧ୍ୟରୁ ୩ଅଣ୍ଡିରା ଥିବା ବେଳେ ୫ମାଇ ସିମ୍ପାଞ୍ଜି ଅଛନ୍ତି।

ସୂଚନା ଅନୁସାରେ,ଅଣ୍ଡିରା ସିମ୍ପାଞ୍ଜି ଜୁଲୁ ନନ୍ଦନକାନନ ସିମ୍ପାଞ୍ଜି ବଂଶ ବୃଦ୍ଧି ପାଇଁ ମୁଖ୍ୟ ଅସ୍ତ୍ର ଥିଲା।ଗତ କିଛି ସପ୍ତାହ ପୂର୍ବେ ସିମ୍ପାଞ୍ଜି ଜୁଲୁର ମୃତ୍ୟୁ ଘଟିବା ପରେ ସିମ୍ପାଞ୍ଜି ବଂଶ ବୃଦ୍ଧିରେ ରୋକ୍ ଲାଗିଲା ବୋଲି ଆଲୋଚନା ହେଉଛି।କାରଣ ଯେଉଁ ତିନୋଟି ଅଣ୍ଡିରା ସିମ୍ପାଞ୍ଜି ନନ୍ଦନକାନନରେ ଅଛନ୍ତି ସେମାନେ କମ୍ ବୟସ୍କର ବୋଲି କର୍ତ୍ତୃପକ୍ଷ କହିଛନ୍ତି।

Leave a Reply

Your email address will not be published. Required fields are marked *