୨୦୨୫ ଶିକ୍ଷା ବର୍ଷରେ କଲେଜରେ ହେବ ନିର୍ବାଚନ,ଏବେ ଠାରୁ ଉତ୍ସବ ମୁଖର ସମସ୍ତ କଲେଜ

ବ୍ୟୁରୋ : ଆସନ୍ତା ୨୦୨୫ ଶିକ୍ଷା ବର୍ଷରେ କମ୍ପିବ କଲେଜ୍‌ ନିର୍ବାଚନ।ଦୀର୍ଘ ବର୍ଷ ଧରି ବନ୍ଦ ପଡ଼ିଥିବା ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବା ବେଳେ ଓଡ଼ିଶାର ସମସ୍ତ କଲେଜର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ।ଏଥିପାଇଁ ହାତରେ ଆଉ କେଇ ମାସ ଥିବା ବେଳେ କଲେଜ କ୍ୟାମ୍ପସ୍‌ ପରିସରରେ ଦେଖିବାକୁ ମିଳିଛି ସରଗରମ୍।ଏପେଟ,କଲେଜ ନିର୍ବାଚନକୁ ନେଇ ୨୬/୧୨/୨୦୨୪ ତାରିଖ ଗୁରୁବାରରେ ରାଜ୍ୟ ସରକାର  ଏକ ବଡ଼ ଖବର ସାମନାକୁ ଆସିଛନ୍ତି।ତାହା ହେଲା ଆସନ୍ତା ଶିକ୍ଷା ବର୍ଷରେ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ। ଆଜି କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଏବିଭିପି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେଜ ନିର୍ବାଚନକୁ ନେଇ ଏହି ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *