କଟକରେ ଛାତ୍ରୀ ଦୁଷ୍କର୍ମ ଘଟଣାରେ ସମସ୍ତ ଦୋଷୀଙ୍କୁ ଦଣ୍ଡବିଧାନ ଦାବିରେ ଏଆଇଡିଏସଓ ପକ୍ଷରୁ ଛାତ୍ର ବିକ୍ଷୋଭ।

ବ୍ୟୁରୋ – କଟକରେ ଘଟିଥିବା ଛାତ୍ରୀ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ, ଛାତ୍ରୀ ଓ ମହିଳାମାନଙ୍କୁ ନିରାପତ୍ତା ଯୋଗାଇଦେବା, ଅଶ୍ଳୀଳତା-ନଗ୍ନତା-ମଦ ମାଦକ ଦ୍ରବ୍ୟକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ଦାବିରେ ଅନୁଗୁଳ ରାଜାଛକ ଠାରେ ଏଆଇଡିଏସଓ ପକ୍ଷରୁ ଏକ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏଆଡିଏସଓ ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ, ଉପ-ସଭାପତି ସୁନିଲ ଭୋଇ, ସମ୍ପାଦକ ମଣ୍ଡଳୀ ସଦସ୍ୟ ପରମାନନ୍ଦ ସାହୁ, ବିନୋଦ ସେଠୀ, ଈଷା ଧର, ତରୁଣସେନ ନାୟକ, ନାରାୟଣ ସାହୁ, ନିମାଇଁ ସାହୁ, ପ୍ରଶାନ୍ତ ଦାସ, ରାଜ୍ୟ କମିଟି ସଦସ୍ୟ କିଷାନ ସାହୁ, ଶୁଭସ୍ମିତା ସାହୁ, ଗୈାର ପାତ୍ର, ସରୋଜିନୀ ବେହେରା, ପଲ୍ଲୀ ମଲ୍ଲିକ, ନିରୁପମା ନାୟକ, ମନୋଜ ପାତ୍ର, ବନ୍ଦନା ଓରାମ, ପପୁନ ସାହୁ ପ୍ରମୂଖ ନେତୃତ୍ୱ ନେଇଥିଲେ । ବିକ୍ଷୋଭ ସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏଆଇଡିଏସଓ ଅନୁଗୁଳ ଜିଲ୍ଲା ସମ୍ପାଦକ ନାରାୟଣ ନାୟକ ସଭାପତିତ୍ୱ କରିଥିଲେ ।
ରାଜ୍ୟ ତଥା ସମଗ୍ର ଦେଶରେ ଛାତ୍ରୀ ଓ ମହିଳା ମାନଙ୍କ ଉପରେ ଆକ୍ରମଣ ଓ ଦୁଷ୍କର୍ମ କ୍ରମାଗତ ବଢି ଚାଲିଛି ବୋଲି କହିଥିଲେ । ଡବଲ ଇଞ୍ଜିନ ସରକାର ଏହାକୁ ରୋକିବା ବଦଳରେ ଛାତ୍ର ଯୁବକ ମାନଙ୍କର ନୈତିକ ମେରୁଦଣ୍ଡ ଭାଙ୍ଗିଦେବା ପାଇଁ ଷଡଯନ୍ତ୍ର ମୂଳକ ଭାବେ ଅଶ୍ଳୀଳତା-ନଗ୍ନତା-ମଦ ମାଦକ ଦ୍ରବ୍ୟର ବ୍ୟାପକ ପ୍ରଚାର ପ୍ରସାର କରୁଛନ୍ତି। ଏହା ପ୍ରତିବାଦରେ ଛାତ୍ର ସମାଜଙ୍କ ସହ ସର୍ବସ୍ତରର ଜନଗଣ ଏକତ୍ରିତ ହେବାକୁ ବକ୍ତା ମାନେ ଆହ୍ୱାନ ଦେଇଥିଲେ।

Leave a Reply

Your email address will not be published. Required fields are marked *