ବ୍ୟୁରୋ : ଦୁଇଟା ସ୍ତ୍ରୀକୁ ବିବାହ କରିବା ପଡ଼ିଲା ମହଙ୍ଗା।ଶେଷରେ ଘଟିଲା ମୃତ୍ୟୁ।ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି କମିଶନରେଟ ପୋଲିସ ଅଧିନସ୍ତ ବାରଙ୍ଗ ଥାନା ରତାଗଡ ଗ୍ରାମରେ।ଉକ୍ତ ଗ୍ରାମରେ ଘର ଭଡାନେଇ ଦ୍ୱିତୀୟ ପତ୍ନୀ ପାଖରେ ଦୀର୍ଘ ୧୨ ବର୍ଷ ଧରି ଚନ୍ଦକା ଥାନା ଅଳସୁଆ ଗ୍ରାମର ରଜନୀକାନ୍ତ ବେହେରା ରହି ଆସୁଥିବା ବେଳେ ରଜନୀକାନ୍ତ ବେହେରାଙ୍କର ମୃତ୍ୟୁ ହେବା ନେଇ ପ୍ରଥମ ପତ୍ନୀ ବାରଙ୍ଗ ଥାନାରେ ଆଣିଛନ୍ତି ହତ୍ୟା ଅଭିଯୋଗ।
ପ୍ରକାଶ ଯେ,ଅଭିଯୋଗ କାରିଣୀ ପ୍ରଥମ ପତ୍ନୀ ପ୍ରମିଳା ବେହେରାଙ୍କ କହିବା କଥା,ମୋ ସ୍ବାମୀ ରଜନୀକାନ୍ତକୁ ହତ୍ୟା କରି ମାଟିତଳେ ପୋତି ଦେଇଛନ୍ତି।ଅନ୍ୟପଟେ ଏହି ମୃତ୍ୟୁକୁ ଆକ୍ସିଡେଣ୍ଟର ରୂପଦେଇ ଖସିଯିବାକୁ ଚେଷ୍ଟା କରୁଛନ୍ତି ଦ୍ୱିତୀୟ ପତ୍ନୀ।
ସେପଟେ ପ୍ରଥମ ପତ୍ନୀ ପ୍ରମିଳା ବେହେରାଙ୍କ ଏତଲାକୁ ଭିତ୍ତି କରି ବାରଙ୍ଗ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁକରି ମୃତକଙ୍କ ଶବକୁ ମାଟିତଳୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇ ପରିବାର ଲୋକଙ୍କୁ ଅଧିକ ପଚରା ଉଚରା ଜାରି ରଖିଛି ବାରଙ୍ଗ ଥାନା ପୋଲିସ।