ବ୍ୟୁରୋ : ବାରଙ୍ଗରେ ପୁଅ-ବୋହୁଙ୍କୁ ପୋଡ଼ି ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ବୋହୁ ସସ୍ମିତା ରାଉତଙ୍କ ମୃତ୍ୟୁ ହୋଇଛି।ପୁଅ ଦୀନବନ୍ଧୁ ରାଉତଙ୍କ ଅବସ୍ଥା ଗୁରୁତର ରହିଛି।ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।
ପ୍ରକାଶ ଯେ,ଗତକାଲି ଶନିବାର ରାତ୍ର ୯ଟା ସମୟରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା ବାପା।ବାରଙ୍ଗ ଥାନା ଗୋଡିସାହି ନିକଟସ୍ତ ରାମଦାସପୂର୍ ପଞ୍ଚାୟତର ବାରସିଂଗା ଗାଁରେ ଘଟିଥିଲା ଏଭଳି ଏକ ଅଭାବନୀୟ ଘଟଣା।ଗତକାଲି ରାତିରୁ ଚିକିତ୍ସାଧୀନ ଥିବା ବେଳେ ଆଜି ରବିବାର ସକାଳେ ସ୍ତ୍ରୀ ସସ୍ମିତା ରାଉତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ସେହିଭଳି ସ୍ବାମୀ ଗୁରୁତର ଅବସ୍ଥାରେ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି।ବୃଦ୍ଧ ବାପା ପୁଅ ଓ ବୋହୁଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।ଏହି ଘଟଣାରେ ବାରଙ୍ଗ ଥାନା ପୋଲିସ ବୃଦ୍ଧ ବାପାକୁ ଗିରଫ କରି ଥାନାରେ ଅଟକ ରଖି ଅଧିକ ପଚରା ଉଚରା କରୁଛି।