ବ୍ୟୁରୋ : ଦୈତନଗରୀ ମଧ୍ୟସ୍ଥଳ ବାରଙ୍ଗ ଅଞ୍ଚଳର ପଞ୍ଚୂପାଳ ଗ୍ରାମରେ ଚଳିତ ବର୍ଷ ଆରମ୍ଭ ହେବାକୁ ଯାଉଛି ମନୋରଞ୍ଜନର ନୂଆ ଅଧ୍ୟାୟ ଯାତ୍ରା ଅଥବା ଅପେରା।ପ୍ରତିବର୍ଷ ପରି ଏବର୍ଷ ମାର୍ଗଶିର ମାସରେ ଜଗତ ଜନନୀ ରାଜା ରାଜେଶ୍ଵରୀ ମହାଲକ୍ଷ୍ମୀଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଶ୍ଵଶାନ୍ତି ମହାଯଜ୍ଞ ୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୧୫ତାରିଖରେ ଶେଷ ହେଉଛି।
ପ୍ରତିବର୍ଷ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଗ୍ରାମବାସୀଙ୍କୁ ଖୋରାକ ଯୋଗାଉ ଥିବା ବେଳେ ଚଳିତବର୍ଷ ପଞ୍ଚୁପାଳ ଗ୍ରାମବାସୀଙ୍କୁ ନୂତନ ମନୋରଞ୍ଜନର ଅଧ୍ୟାୟ ସୃଷ୍ଟି କରିବ।ପ୍ରଥମ ଥର କରି ଗ୍ରାମରେ ଆରମ୍ଭ ହେବାକୁ ଯାଉଛି ସାଂସ୍କୃତିକ କାର୍ଯ୍ୟକ୍ରମ ଅପେରା ଅଥବା ଯାତ୍ରା।ଚଳିତ ବର୍ଷ ଡିସେମ୍ବର ୧୬ ତାରିଖରୁ ୩ଦିନ ବ୍ୟାପୀ “ଯାତ୍ରା ଯାଜ୍ଞସେନୀ” ଅପେରା ପରିବେଷଣ କରିବାକୁ ଥିବା ବେଳେ ଏବେ ଠାରୁ ପଞ୍ଚୁପାଳ ଗ୍ରାମ ଉତ୍ସବମୁଖର ହୋଇ ଉଠିଛି।