ବ୍ୟୁରୋ – ପ୍ରତିବର୍ଷ ପରି ଚଳିତ ବର୍ଷ ସପ୍ତମ ବର୍ଷରେ ପଦାର୍ପଣ କରିଛି ଚୁଡଙ୍ଗଗଡ-ବାରଙ୍ଗ ମହୋତ୍ସବ। ୩ ରାତ୍ରି ବଦଳରେ ଚଳିତ ଗୋଟିଏ ଦିନ ବୃଦ୍ଧି କରାଯାଇ ୪ରାତ୍ରି ମହୋତ୍ସବ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇ ଥିବା କୁହାଯାଇଛି।ଚଳିତବର୍ଷ ମହୋତ୍ସବକୁ ଖୁବ୍ ଜାକ ଜକମରେ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିବା ବେଳେ ନାମୀଦାମୀ କଳାକାରଙ୍କ କଳା ପରିବେଷଣ ମୁଖ୍ୟ ଆକର୍ଷଣ ହେବା ସହ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ କୃତିତ୍ଵଲାଭ କରିଥିବା କୃତି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ସ୍ଥିର କରାଯାଇଥିବା ଚୁଡଙ୍ଗଗଡ-ବାରଙ୍ଗ ମହୋତ୍ସବର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏଥର ଜମିବ ଚୁଡଙ୍ଗଗଡ-ବାରଙ୍ଗ ମହୋତ୍ସବ,ଭାଗନେବେ ନାମୀଦାମୀ କଳାକାର
