ବ୍ୟୁରୋ : ଓଡ଼ିଶା ପ୍ରସିଦ୍ଧ ବାରଙ୍ଗ କାର୍ତ୍ତିକେଶ୍ୱର ପୂଜା ମହୋତ୍ସବ ଜମିବାରେ ଲାଗିଛି। ଗତକାଲି ଗୁରୁବାର କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ମହୋତ୍ସବ ଆସନ୍ତା ୨୦ ତାରିଖରେ ଶେଷ ହେବ।
ପ୍ରକାଶ ଯେ,ବାରଙ୍ଗ ଅଞ୍ଚଳର ଦାଢ଼ାପାଟଣା କାର୍ତ୍ତିକେସ୍ୱର ମୁଜା ମହୋତ୍ସବ ଅଞ୍ଚଳ ପାଇଁ ପ୍ରସିଦ୍ଧ ଲାଭ କରିଥିବା ବେଳେ ସେପଟେ ଚୁଡଙ୍ଗଗଡ଼ – ବାରଙ୍ଗ ମହୋତ୍ସବ ଜମିବାରେ ଲାଗିଛି।ରଙ୍ଗ ବେରଙ୍ଗର ଆଲୋକ ମାଳା ସହ ବଡ଼ ବଡ଼ ତୋରଣରେ ଝଲସି ଉଠୁଛି ପଡୁଛି ବାରଙ୍ଗ ଅଞ୍ଚଳ।ବାରଙ୍ଗରେ ୭୦ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ କାର୍ତ୍ତିକେଶ୍ଵରଙ୍କ ମୂର୍ମୟ ମୂର୍ତ୍ତି ପୂଜା ପାଉଥିବା ବେଳେ ଦାଢ଼ାପାଟଣାରେ ୧୫ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ କାର୍ତ୍ତିକେଶ୍ୱରଙ୍କ ସମେତ ଅନ୍ୟାନ୍ୟ ଦେବାଦେବୀଙ୍କ ମୂର୍ତ୍ତି ପୂଜା ପାଉଛନ୍ତି।
ଦାଢ଼ାପାଟଣା ଯାତ୍ରା ପଡ଼ିଆରେ ମିନାବଜାର,ବିଭିନ୍ନ ଭେରାଇଟ ଦୋଳି ସହ ୫ରାତ୍ରି ବ୍ୟାପି ମେଲୋଡି କାର୍ଯ୍ୟକ୍ରମ କରାଯାଉ ଅଛି।ଅନ୍ୟପଟେ,ପ୍ରତିବର୍ଷ ପରି ଚଳିତବର୍ଷ ସପ୍ତମ ବର୍ଷରେ ପଦାର୍ପଣ କରିଥିବା ଚୁଡ଼ଙ୍ଗଗଡ – ବାରଙ୍ଗ ମହୋତ୍ସବରେ ୪ଦିନ ବ୍ୟାପି ଓଡ଼ିଶାର ନାମୀଦାମୀ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉ ଥିବା ବେଳେ ବିଶିଷ୍ଟ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଛି।