ବ୍ୟୁରୋ – ଉପକୂଳ ମୁହାଁ ହୋଇ ମାଡ଼ି ଆସୁଛି ବାତ୍ୟା “ଦାନା”।ଯାହା କୁ ନେଇ ଓଡ଼ିଶାବାସୀ ଚିନ୍ତାରେ ଅଛନ୍ତି।ଏପଟେ ବାତ୍ୟାକୁ ନେଇ ଶଙ୍ଖକ୍ଷେତ୍ର ପୁରୀରେ ହାଇ ଆଲର୍ଟ କରାଯିବା ସହ ଆଜି ସନ୍ଧ୍ୟା ପୂର୍ବରୁ ସମସ୍ତ ପର୍ଯ୍ୟଟକ ମାନେ ପୁରୀ ଛାଡିଛନ୍ତି।ଏପଟେ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ଥିବା ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଭିଦ ଉଦ୍ୟାନ ଦୁଇଦିନ ଯଥା ୨୪ ଓ ୨୫ ତାରିଖ ପାଇଁ ବନ୍ଦ ରଖାଯାଇଛି।ଏଥି ପାଇଁ ଆଜି ନନ୍ଦନକାନନ ଉପ ନିର୍ଦ୍ଦେଶକ ଡ଼ଃ ସନତ କୁମାର ନାରାୟଣ ନୋଟିସ ଜାରି କରିଛନ୍ତି।ବାତ୍ୟାର ସ୍ଥିତି ସୁଧୁରିବା ପରେ ପରିସ୍ଥିତିକୁ ଦେଖି ପରବର୍ତ୍ତୀ ଦିନ ୨୬ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ବୋଲି କହିଛନ୍ତି।
ବାତ୍ୟା ପାଇଁ ନନ୍ଦନକାନନ ଦୁଇଦିନ ବନ୍ଦ
