ବ୍ୟୁରୋ : ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଏହା କ୍ରମଶଃ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆଜି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ।ପରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ କିମ୍ବା ଶ୍ରୀଲଙ୍କା ଉପୂକଳ ଆଡେ ମୁହାଁଇବ।ଅନ୍ୟପଟେ,ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡିବନି କିନ୍ତୂ ଆସନ୍ତା ୨୭ ତାରିଖରୁ ୩ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ୨୭ରେ ଗଞ୍ଜାମ, ଗଜପତି,ପୁରୀ,ଖୋର୍ଦ୍ଧା,ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇପାରେ।
ଏହାଛଡା ୨୮ରେ ଗଞ୍ଜାମ,ଗଜପତି,ମାଲକାନଗିରି,କେନ୍ଦ୍ରାପଡ଼ା,ଜଗତସିଂହପୁର,ପୁରୀ,ରାୟଗଡା ଏବଂ କୋରାପୁଟ ଆଦି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ୨୯ରେ ଗଜପତି,ମାଲକାନଗିରି,କୋରାପୁଟ,ରାୟଗଡା ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଛି ସୂଚନା।