ଧାମରାରେ ମାଡ ହେବା ନେଇ ହାଇ ଆଲର୍ଟ ବାତ୍ୟାକୁ ଦେଖି ନନ୍ଦନକାନନ ୨୪,୨୫ ବନ୍ଦ ରହିବ
ବାତ୍ୟାକୁ ଦେଖି ନନ୍ଦନକାନନ ୨୪,୨୫ ବନ୍ଦ ରହିବ
ବ୍ୟୁରୋ – ବାତ୍ୟାକୁ ନେଇ ପୁଣି ଆସିଛି ବଡ ଖବର। ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାର ରୂପ ନେବା ପରେ ଏହା ଏବେ ୧୫ କିଲୋମିଟର ବେଗରେ ଉତ୍ତର- ପଶ୍ଚିମ ଦିଗରେ ଆଗକୁ ଆଗ ମାଡ଼ି ଆସୁଛି।
ବାତ୍ୟାକୁ ନେଇ ପୁଣି ଆସିଛି ବଡ ଖବର । ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟା ରୂପ ନେବା ପରେ ଏହା ଏବେ ୧୫ କିଲୋମିଟର ବେଗରେ ଉତ୍ତର- ପଶ୍ଚିମ ଦିଗରେ ଆଗକୁ ବଢୁଛି । କ୍ରମେ ଏହାର ଭୀଷଣ ବାତ୍ୟା ରୂପ ନେଇ ଧାମରାରୁ ଭିତରକନିକା ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ପୂର୍ବରୁ ବାତ୍ୟା ୧୮ କିଲୋମିଟର ବେଗରେ ଗତି କରୁଥିବାବେଳେ ଏବେ ଏହାର ଗତିରେ ଧୀରତା ଆସି ୧୫ କିଲୋମିଟରକୁ ହ୍ରାସ ପାଇଛି । ଫଳରେ ସମୁଦ୍ର ଭିତରେ ଏହାର ଅଧିକ ଶକ୍ତିଶାଳୀ ହେଉଥିବା କୁହାଯାଉଛି।ସେପଟେ ବାତ୍ୟା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ୍ ବନ୍ଦ ରହିଥିବା ବେଳେ ନନ୍ଦନକାନନ ୨୪ ଓ ୨୫ ଦୁଇ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇ ଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ଡ଼ଃ ସନଥ କୁମାର।