ବ୍ୟୁରୋ : ବାରଙ୍ଗ ଥାନା ନିକଟସ୍ତ ପୁରୀ ମୁଖ୍ୟ କେନାଲରୁ ଏକ ଅଜଣା ଶବକୁ ବାରଙ୍ଗ ପୋଲିସ ଉଦ୍ଧାର କରିଛି। ଶ୍ୟାମଳ ବର୍ଣର ଶବଟିର ବୟସ ୪୦ରୁ୪୫ ବର୍ଷ ହୋଇଥିବା ପୋଲିସ ଅନୁମାନ କରୁଥିବା ବେଳେ ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରଜୁକରି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇ କରୁଛି ତଦନ୍ତ।ବର୍ତ୍ତମାନ ସୁଦ୍ଧା ଅଜଣା ମୃତକଙ୍କ ପରିଚୟ ଜଣା ପଡ଼ି ନଥିଲେ ସୁଦ୍ଧା ପାରି ପାର୍ଶିକ ପରିସ୍ଥିତିରୁ ଏହି ଶବଟି ପୁରୀ ମୁଖ୍ୟ କେନାଲରେ ଭାଶି ଆସିଥିବା ପୋଲିସ ଅନୁମାନ କରୁଛି।
ପୁରୀ ମୁଖ୍ୟ କେନାଲରୁ ଅଜଣା ଶବ ଉଦ୍ଧାର
