ନନ୍ଦନକାନନରେ ଆଖି ବୁଜିଲା ତିନି ମାସର ଧଳା ମହାବଳ

ବ୍ୟୁରୋ : ନନ୍ଦନକାନନରେ ଆଜି ଏକ ଧଳା ମହାବଳ  ବାଘର ଘଟିଛି ମୃତ୍ୟୁ । ମୃତ୍ୟୁ ବେଳକୁ ବାଘଟିକୁ ତିନି ମାସର ହୋଇଥିବା ସୂଚନା ।ବଂଶ ଗତ ସମସ୍ୟା ରୋଗରେ ପୀଡିତ ହୋଇପଡ଼ି  ବାଘଟି ଗତ ଦୁଇ ସପ୍ତାହ ହେଲା ଅସୁସ୍ଥ ହୋଇ ପଡ଼ି ନନ୍ଦନକାନନ ପ୍ରାଣୀଉଦ୍ୟାନ ଶିଶୁ ସେବାକେନ୍ଦ୍ରରେ ଚିକିତ୍ସାଧୀନ ଥିଲା । ଆଜି ତାର ମୃତ୍ୟୁ ଘଟିଛି । 2024 ମସିହା ନଭେମ୍ବର ମାସରେ ଧଳା ବାଘୁଣୀ ରୁପାର ଔରସରୁ ଜନ୍ମ ନେଇଥିଲା  ୪ଟି ଶାବକ । ଶାବକ ଟି ଗୁରୁତର ହୋଇ ପଡିଥିବା ବେଳେ ପ୍ରାଣୀଉଦ୍ୟାନର ବରିଷ୍ଠ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା କରାଯାଇଥିବା ବେଳେ ଶିଶୁ ବାଘଟି ଆଜି ଆଖି ବୁଜିଛି । ବର୍ତ୍ତମାନ ନନ୍ଦନକାନନରେ ବାଘ୍ ସଂଖ୍ୟା ୨୭କୁ ହ୍ରାସ ପାଇଛି ବୋଲି କତୃପକ୍ଷଙ୍କ ଦ୍ୱାରା ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *