ବ୍ୟୁରୋ : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପଶୁ ପକ୍ଷୀଙ୍କର ମୃତ୍ୟୁ କେତେବେଳେ ପିଛା ଛାଡୁନାହିଁ।କେତେବେଳେ ବାଘ ମରୁଛି ତ ଆଉ କେତେବେଳେ କୁମ୍ଭୀର।ଛୋଟ ମୋଟ ପକ୍ଷୀ ସମେତ ତୃଣଭୋଜି ପ୍ରାଣୀଙ୍କର ମୃତ୍ୟୁ ଘଟିବା ନନ୍ଦନକାନନ ପାଇଁ ନିତିଦିନିଆ ହୋଇଥିବା ବେଳେ ଆଜି ପୁଣି ଏକ ହାତୀର ମୃତ୍ୟୁ ଘଟିବା ବନ୍ୟପ୍ରେମୀଙ୍କ ମହଲରେ ଗଭୀର ଦୁଃଖ ପ୍ରକାଶ ପାଇଛି।
ସୂଚନା ଅନୁସାରେ,କରଞ୍ଜିଆ ଡିଭିଜନ ଅଧିନସ୍ତ ପୋକମୁଣ୍ଡା ଗାଁରୁ ଏକ ୬ ବର୍ଷର ଅସୁସ୍ଥ ଅଣ୍ଡିରା ହାତୀକୁ ଅଧିକ ଚିକିତ୍ସା ନିମନ୍ତେ ଜାନୁଆରୀ ୬ତାରିଖରେ ନନ୍ଦନକାନନକୁ ଅଣା ଯାଇଥିଲା।ସେହିଦିନ ଠାରୁ ହାତୀଟିକୁ ନନ୍ଦନକାନନର ଡାକ୍ତରୀ ଦଳ ଏବଂ ଓୟୁଏଟିର ବରିଷ୍ଠ ପ୍ରାଣୀ ଚିକିତ୍ସକଙ୍କ ମିଳିତ ଉଦ୍ୟମରେ ଚିକିତ୍ସା କରାଯାଉ ଥିଲେ ସୁଦ୍ଧା ହାତୀଟିକୁ ବଞ୍ଚାଇବାରେ ବିଫଳ ହେଲେ।
ଉଲ୍ଲେଖ ଯୋଗ୍ୟ,ହାତୀଟି ପୋକମୁଣ୍ଡା ଗାଁ ନିକଟସ୍ଥ ଏକ ମୋହରମ୍ ଖାଦାନକୁ ଖସିପଡ଼ି ମେରୁଦଣ୍ଡ ସମେତ ଅଣ୍ଟାରେ ଗଭୀର ଆଘାତ ଲାଗିବାରୁ ଅସୁସ୍ଥ ହୋଇ ପଡ଼ିଥିଲା।ଫଳରେ ହାତୀର ଉନ୍ମତ୍ତ ଧରଣର ଚିକିତ୍ସା ନିମନ୍ତେ ନନ୍ଦନକାନନକୁ ଅଣାଯାଇ ଚିକିତ୍ସା କରାଯାଉଥିଲେ ସୁଦ୍ଧା ଆଜି ହାତୀଟିର ଶୋଚନୀୟ ମୃତ୍ୟୁ ଘଟିଛି।