ଅସୁସ୍ଥ ପୋକମୁଣ୍ଡା ଗାଁ ହାତୀ ଏବେ ନନ୍ଦନକାନନରେ ଚିକିତ୍ସାଧୀନ

ବ୍ୟୁରୋ : ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଚିକିତ୍ସା ପାଇଁ କରଞ୍ଜିଆ ଡିଭିଜନ ଅଧିନସ୍ତ ପୋକମୁଣ୍ଡା ଗାଁରୁ ଏକ ଗୁରୁତର ଅସୁସ୍ଥ  ଅଣ୍ଡିରା ହାତୀକୁ ଅଣା ଯାଇଛି ଏବଂ  ଖବର ଲେଖା ହେଲା ବେଳକୁ ହାତୀଟିର ଚିକିତ୍ସା ଜାରି ରଖିଛନ୍ତି ଓୟୁଏଟିର ବରିଷ୍ଠ ପ୍ରାଣୀ ଚିକିତ୍ସକ ମାନେ।

ସୂଚନା ଅନୁସାରେ,ପୋକମୁଣ୍ଡା ଗାଁ ନିକଟସ୍ଥ ଏକ ମୋହରମ୍ ପାହାଡ ଖାତକୁ ଖସିପଡ଼ି ଗୁରୁତର ଆହାତ ହୋଇ ପଡ଼ିଥିଲା ଏହି ବଣୁଆ ହାତୀ।

ହାତୀର ଅଣ୍ଟା ଓ ମେରୁଦଣ୍ଡରେ ସାଙ୍ଘାତିକ ଆଘାତ ଲାଗିଥିବାରୁ ହାତୀଟି ଛିଡା ହୋଇ ପାରୁନାହିଁ। ହାତୀକୁ ଏକ ସ୍ବତନ୍ତ୍ର ଗାଡି ଯୋଗେ କରଞ୍ଜିଆ ଡିଭିଜନରୁ ନନ୍ଦନକାନନ ଅଣା ଯାଇଥିଲା।ତେବେ ହାତୀଟି ଗୁରୁତର ଅସୁସ୍ଥ ଥିବା ବେଳେ ହାତୀର ବୟସ ୬ବର୍ଷ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *