ବ୍ୟୁରୋ : ଭୁବନେଶ୍ୱର ସତ୍ୟନଗର ଅଞ୍ଚଳର ଏକ ଗୋଦାମରେ ଲାଗିଛି ନିଆଁ।ନିଆଁକୁ ଆୟତ୍ତ କରିବା ପାଇଁ ଲାଗି ପଡ଼ିଛିନ୍ତି ୩ଟି ଦମକଳ ଗାଡି ସମେତ ଓଡରାଫ୍ ଟିମ୍।ଆଜି ସୋମବାର ରାତ୍ର ସାଢେ଼ ୮ଟା ସମୟରେ ଇଲିକ୍ଟ୍ରୋନିକ ଗୋଦାମରୁ ଅଚାନକ ଧୁଆଁ ବାହାରିବା ଏବଂ ସଙ୍ଗେ ସଙ୍ଗେ ହୁତୁ ହୁତୁ ହୋଇ ଜଳିଥିଲା।ଖବର ପାଇ ଘଟଣା ସ୍ଥାନରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି।ହେଲେ କେଉଁ କାରଣ ପାଇଁ ଗୋଦାମ ଘରେ ନିଆଁ ଲାଗିଲା ତାହା ଅସ୍ପଷ୍ଟ ଥିବା ବେଳେ କେତେ ଟଙ୍କାର କ୍ଷୟକ୍ଷତି ଘଟିଛି ତାହା ପରେ ଜଣା ପଡ଼ିବ ବୋଲି କୁହା ଯାଇଛି।
ଇଲୋକ୍ଟ୍ରୋନିକ ଗୋଦାମରେ ଲାଗିଲା ନିଆ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
