ବ୍ୟୁରୋ : ଦୈତନଗରୀ ବାରଙ୍ଗ ଅଞ୍ଚଳର ଦାଢ଼ାପାଟଣା ଗ୍ରାମରେ ପ୍ରଭୁଶ୍ରୀ ରାମଚନ୍ଦ୍ର ଏବଂ ବୁଢା ମହାବୀରଙ୍କ ବିଗ୍ରହ ପତିଷ୍ଠା ପାଇଁ ଯଂଜ୍ଞ ଚାଲିଥିବା ବେଳେ ହୁତୁହୁତୁ ହୋଇ ଜଳିଗଲା ଯଜ୍ଞମଣ୍ଡପ ଘର।୫ଦିନ ବ୍ୟାପୀ ଯଜ୍ଞ ଚାଲିଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଥିଲା ପୂର୍ଣ୍ଣାହୁତି ଦିବସ।ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଥିବା ବେଳେ ଅଚାନକ ଜଳି ଉଠିଥିଲା ଯଜ୍ଞ ପୂଜା ମଣ୍ଡପ ଘର।କିଛି ବୁଝିବା ପୂର୍ବରୁ ଯଜ୍ଞକୁ ଆସିଥିବା ଭକ୍ତମାନେ ଭୟରେ ଏଣେ ତେଣେ ଦୌଡିବାକୁ ଲାଗିଥିଲେ।
ତେବେ ଉପସ୍ଥିତ ବୁଦ୍ଧି ଯୋଗୁଁ ଦମକଳ ଗାଡି ଆସିବା ପୂର୍ବରୁ ଗ୍ରାମବାସୀ ନିଆଁକୁ ଆୟତ କରି ନେଇ ଥିଲେ।ତେବେ ଏଠାରେ ପ୍ରଶ୍ନ ଉଠେ,ପ୍ରଭୁଶ୍ରୀ ରାମଚନ୍ଦ୍ର ଓ ପ୍ରଭୁ ଶ୍ରୀ ବୁଢ଼ା ମହାବୀର ରାଗୀଲେ କାହିଁକି ? କାହିଁକି କୋପ ଦୃଷ୍ଟି ହୋଇ ନିଆଁ ଲଗାଇଲେ ? ଗ୍ରାମବାସୀଙ୍କ କହିବା କଥା,ଶେଷ ଦିବସ ପୂର୍ଣ୍ଣାହୁତି ଥିବାରୁ ଏକ ଛାତ ଉପରେ ବାଣ ଫୁଟା ଯାଉଥିଲା।ଏହି ସମୟରେ ଗୋଟିଏ ବାଣର ବାରୁଦ ଗୁଲ ଯଜ୍ଞ ମଣ୍ଡପରେ ପଡ଼ିବାରୁ ଯଜ୍ଞ ମଣ୍ଡପ ଜଳି ଯାଇଥିଲା।ଏପଟେ,କିଛି ଭକ୍ତଙ୍କ କହିବା ଅନୁସାରେ,ଗ୍ରାମରେ ଯଜ୍ଞ ଚାଳିଥିବା ବେଳେ ଗ୍ରାମର କିଛି ଲୋକ ନୀତି ନିୟମକୁ ନମାନିବାରୁ ଗ୍ରାମରେ ଏଭଳି ଅଘଟଣ ଘଟିଲା ବୋଲି କହିଛନ୍ତି।