ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୮ରୁ

ବ୍ୟୁରୋ ; ପ୍ରତିବର୍ଷ ପରି ଚଳିତବର୍ଷ ସର୍ବଭାରତୀୟ ଗଣ୍ଡରପୁର କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ୮ଦିନ ଵ୍ୟାପି ଡିସେମ୍ବର ୮ତାରିଖ ରବିବାର ଠାରୁ ଆରମ୍ଭ ହେବାକୁ ଯାଉଅଛି।ଚଳିତବର୍ଷ ଟୁର୍ଣ୍ଣାମେଣ୍ଟରେ  ଗ୍ରାମାଞ୍ଚଳରୁ ୨୪ଟି ଟିମ୍ ଭାଗ ନେଉଥିବା ବେଳେ ସହରାଞ୍ଚଳରୁ ୮ଟି ଟିମ୍ ଭାଗ ନେଉଛନ୍ତି।ସେଥିମଧ୍ୟରୁ ସହରାଞ୍ଚଳ ଟିମ୍ ରେ ଓଡ଼ିଶା ବାହାରୁ ୩ଟି ଟିମ୍ ୱାଡିସି ମଣିପୁର,ତାମିଲନାଡୁ ଓ ସମ୍ପୂର୍ଣ୍ଣ ୧୧ଜଣ ନାଇଜେରିଆ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବ କେମରୁନ୍ ଟିମ୍।ଟୁର୍ଣ୍ଣାମେଣ୍ଟରେ ଗ୍ରାମାଞ୍ଚଳ ଏ ଡିଭିଜନ ଚମ୍ପିୟାନ ଟିମକୁ ୧ଲକ୍ଷ୍ୟ ଏବଂ ରନର୍ସ ଅଫ୍ ଟିମ୍ କୁ ୭୫ ହଜାର ଅର୍ଥରାଶି ପ୍ରଦାନ କରାଯିବ।ଗ୍ରାମାଞ୍ଚଳ ବି ଡିଭିଜନ ଚମ୍ପିୟାନ ଟିମ୍ କୁ ନଗଦ ୨୦ହଜାର ଓ ରନର୍ସ ଅଫ୍ ଟିମ୍ କୁ ୧୫ହଜାର ଅର୍ଥ ରାଶି ପ୍ରଦାନ କରାଯିବ।

ସେହିପରି ସହରାଞ୍ଚଳ ଚମ୍ପିୟାନ ଟିମ୍ କୁ ୭୫ହଜାର ଓ ରନର୍ଶ ଅଫ୍ ଟିମ୍ କୁ ନଗଦ ୬୦ହଜାର ଅର୍ଥରାଶି ପ୍ରଦାନ କରାଯିବ ବୋଲି ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ୟୁନାଇଟେଡ ସ୍ପୋଟିଁ କ୍ଲବର ବରିଷ୍ଠ କ୍ରୀଡା ସଂଯୋଜକ ଜ୍ଞାନ ରଞ୍ଜନ ରାଉତ (ହୀରୋ) ।

Leave a Reply

Your email address will not be published. Required fields are marked *