ସରକାରୀ ଡାକ୍ତରଙ୍କ ସାଦା କାଗଜ ପ୍ରେମ,କମାଉଛନ୍ତି  ମୁନାଫା

ବ୍ୟୁରୋ : ସରକାରୀ ମେଡ଼ିକାଲରେ ରୋଗୀ ମାନଙ୍କ ଚିକିତ୍ସା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର।ସେପଟେ,ରୋଗୀ ଦେଖିବା ପାଇଁ ସରକାରୀ ମେଡ଼ିକାଲରେ ସରକାରୀ ଡାକ୍ତରଙ୍କ ନିୟୋଜିତ କରା ଯାଇଥିବା ବେଳେ ରୋଗୀଙ୍କୁ ଦେଖି ସାରିବା ପରେ ପ୍ରେସ୍କିପିଶନ ବଦଳରେ ଡାକ୍ତର ବ୍ୟବହାର କରୁଛନ୍ତି ସାଦା କାଗଜ।ଫଳରେ ମେଡିକାଲକୁ ଆସୁଥିବା ରୋଗୀ ମାନଙ୍କ ସମେତ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। 

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର ନିଜ କର୍ତ୍ତବ୍ୟରେ ଅବହେଳା କରି ସାଦା କାଗଜରେ ରୋଗୀଙ୍କୁ ଔଷଧ ଲେଖିବା କେତେଦୂର ଯଥାର୍ଥ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଲ୍ଲେଖ ଯୋଗ୍ୟ,ସରକାର ଜନସାଧାରଣଙ୍କ ଚିକିତ୍ସା ପାଇଁ ଓ ରୋଗ ନିରୂପଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।କିନ୍ତୁ ଦାୟିତ୍ୱରେ ଥିବା ଡାକ୍ତର ମାନେ ନିଜ କର୍ତ୍ତବ୍ୟ ଠିକ ଭାବେ ପାଳନ ନ କରି ସାଦା କାଗଜରେ ଲେଖି ନିଜ ପକେଟ ଗରମ କରୁଛନ୍ତି।ଯାହାର ନଗ୍ନ ଚିତ୍ର ଆଜି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି।

ଭୁବନେଶ୍ୱର ଉପକଣ୍ଠ ଜଟଣୀ ରାମଚନ୍ଦ୍ରପୁର ବଜାରର ଜଣେ ମହିଳା ଗୁରୁତର ଅସୁସ୍ଥତାରେ ଚିକିତ୍ସା ପାଇଁ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ।କିନ୍ତୁ ସେତେ ବେଳକୁ  ଡାକ୍ତରଙ୍କ ରୁମର କବାଟ ବନ୍ଦ ରହିଥିଲା।ସେଠାରେ ଡ୍ୟୁଟି କରୁଥିବା ଜଗୁଆଳି କହିଥିଲେ ମ୍ୟାଡାମ ଶୌଚାଳୟ ଯାଇଛନ୍ତି।ମହିଳା ଜଣଙ୍କ ଅଧଘଣ୍ଟା ଅପେକ୍ଷା କରିବା ପରେ ଡାକ୍ତର ଶୁଭସ୍ମିତା ସାହୁ ନିଦରୁ ଉଠି କବାଟ ଖୋଲି କହିଥିଲେ କଣ ହୋଇଛି ? ମହିଳା ଜଣଙ୍କ ତାଙ୍କ ଅସୁବିଧା କଥା କହିବା ପରେ କିଛି ନବୁଝି ଡାକ୍ତର ଏକ ସାଧା କାଗଜରେ ମେଡ଼ିସିନ ଲେଖି କବାଟ ବନ୍ଦକରି ଶୋଇ ପୁଣି  ପଡ଼ିଲେ।ଡାକ୍ତରଙ୍କ ଏଭଳି ଆଚରଣ ସବୁଦିନିଆ ହୋଇଥିବା ବେଳେ ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତରଙ୍କ ଏଭଳି  ବ୍ୟବହାର ପାଇଁ ରୋଗୀମାନେ ମୁହଁ ଫେରାଉଛନ୍ତି।ସାଦା କାଗଜ ପ୍ରେମରେ ଡାକ୍ତର ଲକ୍ଷ୍ୟଲକ୍ଷ୍ୟ ଟଙ୍କା ମୁନାଫା କମାଉଥିବା ଚର୍ଚା ଯୋର ଧରିଥିବା ବେଳେ ସାଧାରଣ ରୋଗୀଙ୍କ ଭାଗ୍ୟର ଲକ୍ଷ୍ମଣରେଖା କଣ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏ ନେଇ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *