ବ୍ୟୁରୋ: ପର୍ଥ ଟେଷ୍ଟର ପ୍ରଥମ ଇଂନିସରେ ୧୫୦ ରନରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ ।ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ମାତ୍ର ୧୫୦ ରନରେ ଅଲଆଉଟ୍ ହେଇଯାଇଛି ।କେବଳ ନୀତିଶ ରେଡ୍ଡୀ, କେ ଏଲ ରାହୁଲ ଏବଂ ରିଷଭ ପନ୍ତଙ୍କୁ ଛାଡିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ୨୦ ରନ୍ ବି କରି ପାରି ନଥିଲେ ।ଏହି ତିନି ଖେଳାଳି କେବଳ ଆଖିଦୃଶିଆ ସଟ୍ ଖେଳିଥିଲେ। ସେପଟେ,ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତ ବୋଲର ଜୋସ୍ ହେଜେଲଉଡ୍ ୪ଟି ଓ୍ୱିକେଟ୍ ସଫଳତା ପାଇଥିବାବେଳେ, ମିଚେଲ ଷ୍ଟାର୍କ,ପ୍ୟାଟ୍ କମିନ୍ସ,ମିଚେଲ ମାର୍ଶ ୨ଟି ଲେଖାଏଁ ସଫଳତା ପାଇଥିଲେ । ଭାରତ ପକ୍ଷରୁ ନବାଗତ ଅଲରାଉଣ୍ଡର ନୀତିଶ ରେଡ୍ଡୀ ସର୍ବାଧିକ ୪୧ ରନ୍ କରିଥିବା ବେଳେ ତାଙ୍କ ପଛକୁ ରିଷଭ ପନ୍ତ କେବଳ ୩୭ ରନ୍ କରିପାରିଥିଲେ।ଯଶସ୍ୱୀ ଜୟସଓ୍ୱାଲ, ଦେବଦତ୍ତ ପଡିକ୍କଲ ଶୂନ୍ ରନରେ ଅଲଆଉଟ୍ ହେଇଯାଇଥିଲେ।ବିରାଟ କୋହଲି ଦସ ଅଙ୍କ ଛୁଇଁବାରେ ବିଫଳ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ଦଳ ନିଜର ପ୍ରଥମ ଇଂନିସ୍ ବ୍ୟାଟିଂ କରିବା ଆରମ୍ଭ କରିଛି ।
ପ୍ରଥମ ଦିନ ପ୍ରଥମ ଇନିଂସ,,ଭାରତୀୟ ପାଳି ୧୫୦ ରେ ଅଲ ଆଉଟ୍
