ବାରଙ୍ଗ କାର୍ତ୍ତିକେଶ୍ୱର ଭସାଣି ବେଳେ ଅଘଟଣ,୨ ଆହାତ

ବ୍ୟୁରୋ : ବାରଙ୍ଗର  ଐତିହ୍ୟ ଗଣପର୍ବ କାର୍ତିକେଶ୍ୱରଙ୍କ ଭସାଣି ବେଳେ ଗଣ୍ଡଗୋଳ ଘଟି ୨ଜଣ ଗୁରୁତର  ଆହାତ ହେବା ନେଇ ଥାନାରେ ରୁଜୁ ହୋଇଛି  ମାମଲା।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନସ୍ଥ ସୀତାରାମ ବଜାରରେ।ଗତକାଲି ସନ୍ଧ୍ୟାରେ ବାରଙ୍ଗର ପ୍ରସିଦ୍ଧ  କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ଚାଲିଥିଲା।ଏହି ସମୟରେ ବାରଙ୍ଗ ଥାନା ଠାରୁ କେଇ ହାତ ଦୁରତାରେ ଥିବା ସୀତାରାମ ବଜାରର ଅଶୋକ ସାହୁଙ୍କ ଜଳଖିଆ ଦୋକାନ ଭିତରକୁ ଅଚାନକ ତେଲେଙ୍ଗା ସାହିର ୨ ଜଣ ଅଜଣା ଲୋକ ପଶି ଯାଇଥିଲେ।

ଦୋକାନର ମାଲିକ କିଛି ବୁଝିବା ପୂର୍ବରୁ  ଆଦିବାସୀ ସାହିର କେତେକ ଲୋକେ ହାତରେ ରଡ,ଠେଙ୍ଗା, ଇଟା ପଥର ଧରି ଦୋକାନ  ଭିତରକୁ ପଶି  ଲୁଚିଥିବା ୨ଜଣଙ୍କୁ ଖୋଜାଖୋଜି କରି ନ ପାଇବାରୁ ଦୋକାନ ପରିସରକୁ ଭଙ୍ଗାରୁଜା କରିବା ସହିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟକରି ନଗଦ ୩୦ ହଜାର ଟଙ୍କା ଲୁଟି ନେଇଥିବା ଶ୍ରୀଯୁକ୍ତ ସାହୁଙ୍କ ପତ୍ନୀ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଅଟକ ରଖିଥିବା ବେଳେ ଆହାତକାରୀଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ ପଠାଇ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *