ଶେଷ ହେଲା ଦାଢ଼ାପାଟଣା କାର୍ତ୍ତିକେଶ୍ୱର ପୂଜା ମହୋତ୍ସବ

ବ୍ୟୁରୋ : ଓଡ଼ିଶା ପ୍ରସିଦ୍ଧ କାର୍ତ୍ତିକେଶ୍ୱର ପୂଜାଉତ୍ସବ ଶେଷ ହୋଇଛି।ଧରା ପୃଷ୍ଠରୁ ବିଦାୟ ନେଇଛନ୍ତି ପ୍ରଭୁ ଶ୍ରୀ କାର୍ତ୍ତିକେଶ୍ୱର ସମେତ ବିଭିନ୍ନ ଦେବା ଦେବୀଙ୍କ ମୂର୍ତ୍ତି।ପ୍ରତିବର୍ଷ ପରି ଚଳିତବର୍ଷ ନମ୍ଭେମ୍ବର୍ ୧୫ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ଆରମ୍ଭ ହୋଇଥିଲା ବାରଙ୍ଗ ପ୍ରସିଦ୍ଧ କାର୍ତ୍ତିକେଶ୍ୱର ପୂଜା ମହୋତ୍ସବ।ପାଞ୍ଚ ଦିନ ବ୍ୟାପୀ ଆରମ୍ଭ ହୋଇଥିବା ଏହି ମହୋତ୍ସବ ୧୯ତାରିଖରେ ସମାପନ ଘଟିଥିବା ବେଳେ ୨୦ତାରିଖରେ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ପ୍ରଶାସନର ନିୟମ ଅନୁସାରେ ରାତ୍ର ୧୦ଘଟିକା ସମୟରେ ୧୮ରୁ ଉର୍ଦ୍ଧ୍ବ ମେଢ଼ ବିସର୍ଜନ କରାଯାଇଥିବା କୁହାଯାଇଛି।ବିଭିନ୍ନ ବାଦ୍ୟଯନ୍ତ୍ରର ତାଳେ ତାଳେ ଦାଢ଼ାପାଟଣା ଗ୍ରାମର ଲୋକେ ଗ୍ରାମ ପରିକ୍ରମା କରିବା ପରେ ଶେଷରେ ପୁରୀ ମୁଖ୍ୟ କେନାଲ ନିକଟରେ ଏକ ଅସ୍ଥାୟୀ ପୋଖରୀରେ ମୂର୍ତ୍ତିକୁ ବିସର୍ଜନ କରାଯାଇଛି।

Leave a Reply

Your email address will not be published. Required fields are marked *