୨୫ରେ ବାରଙ୍ଗ କାର୍ତ୍ତିକେଶ୍ୱର ଭସାଣ ଉତ୍ସବ,ବିସର୍ଜନ ପାଇଁ ଚିଠା ହେଲା ପ୍ରସ୍ତୁତ

ବ୍ୟୁରୋ : ପ୍ରସିଦ୍ଧ ବାରଙ୍ଗ କାର୍ତ୍ତିକେଶ୍ୱର ମହୋତ୍ସବର ଭସାଣ ଉତ୍ସବ ଆସନ୍ତା ୨୫ ତାରିଖ ସୋମବାର ଦିନ ଅନୁଷ୍ଠିତ ହେଉଥିବା ନେଇ ସୂଚନା ଦେଇଛନ୍ତି ବାରଙ୍ଗ ଆଞ୍ଚଳିକ ଶାନ୍ତି କମିଟର ସମ୍ପାଦକ ସୁରେଶ କୁମାର ମହାନ୍ତି।ଏ ନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବା ବେଳେ କୋଉ ଗ୍ରାମର ମେଢ଼ କେଉଁ ସମୟରେ କେଉଁ ଜଙ୍କସନରେ ଆସି ପହଞ୍ଚିବା ସେ ନେଇ ଏକ ଚିଠା ପ୍ରସ୍ତୁତ କରାଯାଇଛି।ଭାସାଣ ଉତ୍ସବ ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ରାତ୍ର ୧୦ ଘଟିକା ସମୟରେ ଶେଷ ହେବ ବୋଲି ଶ୍ରୀଯୁକ୍ତ ମହାନ୍ତି ସୂଚନା ଦେଇଛନ୍ତି।ସେପଟେ,ପ୍ରଥମ ଜଙ୍କସନ୍ ତ୍ରିସୁଳିଆ ଛକରୁ ଆରମ୍ଭ ହେଉଥିବା ବେଳେ  ଦ୍ୱିତୀୟ ଜଙ୍କସନ ମଧୁପୁର-ମଧୁବନ ତୃତୀୟ ଜଙ୍କସନ  ଫୁଲପୋଖରି ଜଙ୍କସନ,ଚତୁର୍ଥ ଜଙ୍କସନ ପୁରୁଣା ବାରଙ୍ଗ,ପଞ୍ଚମ ଜଙ୍କସନ କଣ୍ଟାପାଟଣା କ୍ରସିଂ ଏବଂ ଷଷ୍ଠ ଜଙ୍କସନ ମେଡିକାଲ ଛକରେ ପର୍ଯାୟ କ୍ରମେ ୫୦ରୁ ଉର୍ଦ୍ଧ୍ବ ମେଢ଼ ଭସାଣ ଉତ୍ସବରେ ସାମିଲ ହେବେ ବୋଲି ଆଗୁଆ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *