ଓଡ଼ିଆ ଅସ୍ମିତା ଓଡ଼ିଆ ମାନ ମର୍ଯ୍ୟାଦାକୁ ରକ୍ଷା କରିବା ପାଇଁ ଠେଙ୍ଗା ବାହିନୀ ହେଲା ପ୍ରସ୍ତୁତ,ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟ ସହ ଅଶ୍ଳିଳ କଥା ପ୍ରଦର୍ଶନ ହେଲେ ଠେଙ୍ଗାରେ ହେବ ପ୍ରହାର

ବ୍ୟୁରୋ : ମାଆ ବାରଭୂଜାଙ୍କ ପୀଠରେ ଠେଙ୍ଗା ହେଲାପୂଜା। ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଓ ତାଙ୍କ ସହଯୋଗୀ ମାନେ ଆଜି ଠେଙ୍ଗା ପୂଜା କରିଛନ୍ତି । ସତାଧିକରୁ ଉର୍ଦ୍ଧ ଠେଙ୍ଗା ପୂଜା କରାଯାଇଛି । ଚଳିତ ବର୍ଷ ଖଣ୍ଡଗିରି କୁମ୍ଭମେଳାରେ ଅନୁଷ୍ଠିତ ହେବାକୁ ଯାଉଥିବା ଅପେରା ଯୁଦ୍ଧ ଯାତ୍ରାରେ ଅଶ୍ମିଳ ନୃତ୍ୟ, ଅଶ୍ଳିଳ କମେଡି, ଅଶ୍ଳିଳ ଦି ଅର୍ଥବର୍ଦ୍ଧକ କଥା କହିଲେ ଠେଙ୍ଗା ବୁଲିବ ବୋଲି ବିଧାୟକ ସୂଚନା ଦେଇଛନ୍ତି । 

ସେ କହିଛନ୍ତି କି,ଯେଉଁମାନେ ସଂସ୍କୃତି ବିରୋଧୀ ସେମାନେ ଦେଶ ବିରୋଧୀ। ତେଣୁ ଅଶ୍ଳୀଳ ନୃତ୍ୟ,କମେଡି,ଦି ଅର୍ଥବୋଧକ୍ କଥା ପ୍ରଦର୍ଶନ କଲେ ସବୁଦିନ ପାଇଁ ସେ ଖଣ୍ଡଗିରି ରୁ ଛୁଟି ନେବା ସହ ସବୁଦିନ ପାଇଁ ସେ ପାର୍ଟିକୁ ଖଣ୍ଡଗିରି ଆସିବା ପାଇଁ ବ୍ୟାନ କରାଯିବ।ବିଧାୟକ ଚେତାଇ ଦେଇ କହିଛନ୍ତି,କେବଳ ଖଣ୍ଡଗିରିରେ ନୁହେଁ ସାରା ରାଜ୍ୟରେ ଏଭଳି ଅଶ୍ଳୀଳ ନୃତ୍ୟ,ଅଶ୍ଳିଳ କମେଡି ସହ ଅଶ୍ଳିଳ ଦି ଅର୍ଥବୋଧକ୍ କଥା ପ୍ରଦର୍ଶନ କଲେ ବିରୋଧ କରାଯିବା ସହ ଯାତ୍ରାରେ ସମ୍ପୂର୍ଣ୍ଣ ତାଲା ପଡ଼ିଯିବ।

ପ୍ରକାଶ ଥାଉକି, ସୋମବାର ପୂର୍ବାହ୍ନରେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ୍‌ ନେଇ ନିର୍ଦ୍ଦେଶ ଦେଇଛନ୍ତି ବିଏମ୍‌ସି କମିଶନର । ସେ କହିଛନ୍ତି ଓଡ଼ିଆ ଅସ୍ମିତା ସହ ଐତିହାସିକ ଓଡ଼ିଆ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶ ପାଇଁ ନିର୍ଦେଶ ଦିଆଯାଇ ଥିବା ବେଳେ ପ୍ରତି ଯାତ୍ରାପାର୍ଟି ମାଲିକ ମାନେ ଅବଗତ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *