ବ୍ୟୁରୋ : ପ୍ରୟାଗରାଜ ମହାକୁମ୍ଭ ମେଳାରେ ଦେଖିବାକୁ ମିଳିଛି ବଡ଼ ଧରଣର ଅଘଟଣ।ଆଜି ସନ୍ଧ୍ୟାରେ ମେଳାରେ ବଡ଼ ଧରଣର ଅଗ୍ନିକାଣ୍ଡର ଚିତ୍ର ସାମ୍ନାକୁ ଆସିଛି।ହୁତୁ ହୂତୁ ହୋଇ ଜଳି ଚାଲିଛି କୁମ୍ବ ମେଳାରେ ନିର୍ମାଣ କରାଯାଇଥିବା ଟେଣ୍ଡ ଘର।ଶାସ୍ତ୍ରୀ ବ୍ରିଜ୍ ନିକଟ ପ୍ରବେଶ ପଥ କ୍ୟାମ୍ପରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ନିର୍ମାଣ କରାଯାଇଥିବା ଟେଣ୍ଟ ଘର ଗୁଡ଼ିକ ଜଳି ଉଠୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ,ଉକ୍ତ ସ୍ଥାନରେ ପ୍ରଚଣ୍ଡ ଶବ୍ଦ ସହ ଜଳି ଉଠିଥିଲା ନିର୍ମାଣ କରାଯାଇଥିବା ଟେଣ୍ଡ ଘର।
ଅନ୍ୟପଟେ,ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ମହାକୁମ୍ଭକୁ ଆସିଥିବା ଭକ୍ତମାନେ ଅନୁମାନ କରୁଛନ୍ତି।ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ସହ ଅଗ୍ନିଶମ ବାହିନୀ ଅଧିକାରୀ ମାନେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ନିଆଁକୁ ଆୟତ କରିଥିବା ସୂଚନା ମିଳିଛି।ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ଘଟିଛି ତାହା ପରେ ଜଣା ପଡ଼ିବ ବୋଲି ସ୍ଥାନୀୟ ପ୍ରଶାସନ କହିଛନ୍ତି।