ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠରେ ଜମି ମାଫିଆଙ୍କ ଉତ୍ପାଦ କାହିଁରେ କଣ।କେତେବେଳେ ଝିଆଣିଆ ସମ୍ପତିକୁ ଲୁଟୁଛନ୍ତି ତ ଆଉ କେତେବେଳେ ଠାକୁରଙ୍କ ସମ୍ପତ୍ତିକୁ ଲୁଟୁଛନ୍ତି।ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ରାଜଧାନୀ ଉପକଣ୍ଠ ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁର ପଞ୍ଚାୟତରେ।ଉକ୍ତ ମୌଜାରେ ଏଭସ୍ ନାମକ ଏକ ଘରୋଇ ବିଲଡର ଠାକୁରଙ୍କ ମଠ ସମ୍ପତ୍ତିକୁ ଲୁଟି ଉକ୍ତ ଜାଗାରେ କୋଠାବାଡ଼ି କରୁଥିବା ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଛି।ଏହି ଘଟଣା ନେଇ ପଞ୍ଚାୟତର ମହିଳା ସରପଞ୍ଚ ଖୋଲଣା ମାଝୀ ହସ୍ତକ୍ଷେପ କରିବାରୁ ଉକ୍ତ ବିଲ୍ଡରର୍ସ ସଂସ୍ଥାର କର୍ମଚାରୀ ମହିଳା ସରପଞ୍ଚକୁ ଧମକ ଦେବା ସହିତ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପ୍ରକାଶ ଯେ,ଭୁବନେଶ୍ୱର ତହସିଲ ଅଧିନସ୍ତ ରଘୁନାଥପୁର ମୌଜାରେ ୨୫ଏକର ଦେବୋତ୍ତର ଅଥବା ଠାକୁରଙ୍କ ମଠ ସମ୍ପତ୍ତି ଅଛି।ଗତକିଛି ମାସ ହେଲା ସେହି ସମ୍ପତି ମଧ୍ୟରୁ ଉକ୍ତ ବିଲ୍ଡରର୍ସ ଜୋର ଜବରଦସ୍ତ ୫ଏକର ଜାଗା ଉପରେ କୋଠାବାଡ଼ି କାମ କରୁଅଛି।ଫଳରେ ଗ୍ରାମରେ ଅସନ୍ତୋଷ ସହ ଉତ୍ତେଜନା ବଢ଼ିବାରେ ଲାଗିଛି।
ସେପଟେ,ଏହି ଘଟଣାକୁ ନେଇ ମହିଳା ସରପଞ୍ଚ ଖୋଲଣା ମାଝୀ ହସ୍ତକ୍ଷେପ କରିବାରୁ ତାଙ୍କୁ ଧମକ ଉପରେ ଧମକ ଦିଆ ଯିବା ସହିତ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ସେ କହିଛନ୍ତି।ସେ ଆହୁରି କହିଛନ୍ତି ଠାକୁରଙ୍କ ମଠ ସମ୍ପତ୍ତି ଗ୍ରାମକୁ ଯେପରି ପୂର୍ବପରି ଫେରି ଆସୁ ।ଏ ନେଇ ଉକ୍ତ ବିଲ୍ଡରର୍ସ ସଂସ୍ଥା ବିରୁଦ୍ଧରେ ସରପଞ୍ଚ ଶ୍ରୀମତୀ ମାଝୀ ମୁଖ୍ୟମନ୍ତ୍ରୀ,ଆଇନମନ୍ତ୍ରୀ,ଜିଲ୍ଲାପାଳ,ତହସିଲଦାର,ଆରଆଇ ତଥା ନିକଟସ୍ତ ଥାନା ନନ୍ଦନକାନନ ପୋଲିସକୁ ହସ୍ତକ୍ଷେପ କରିବା ପାଇଁ ସ୍ବତନ୍ତ୍ର ଚିଠିରେ ଉଲ୍ଲେଖ କରିଛନ୍ତି।