ବ୍ୟୁରୋ : ଆସନ୍ତା ବର୍ଷ ୨୦୨୬ ବର୍ଷକୁ ନନ୍ଦନକାନନ ବିଶ୍ଵର ଏକ ପ୍ରମୁଖ ଚିଡ଼ିଆଖାନା ଭାବରେ ଉଭା ହେବାକୁ ଯାଉଅଛି।ଏଥି ପାଇଁ ଆଜି ଗୁରୁବାର ଠାରୁ ନନ୍ଦନକାନନ ୧ନମ୍ବର ଫାଟକ ଠାରୁ ୨ ନମ୍ବର ଫାଟକ ଫାଉଣ୍ଟେନ୍ ଛକ ପର୍ଯ୍ୟନ୍ତ ଯେଶିବି ସାହାଯ୍ୟରେ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି।ପ୍ରବେଶ ପଥର ୧ନମ୍ବର ଓ ୨ନମ୍ବର ଫାଟକକୁ ସ୍ଵତନ୍ତ୍ର ନୂଆ ଫର୍ମାଟରେ ନିର୍ମାଣ କରାଯାଇ ସମସ୍ତ ପର୍ଯ୍ୟଟକଙ୍କ ମନ ଜିଣିଲା ଭଳି ଅତି ସୁନ୍ଦର ଫାଟକ ପ୍ରସ୍ତୁତ କରାଯାଉ ଥିବା କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।ଲକ୍ଷାଧିକ ଟଙ୍କା ବ୍ୟୟ ବରାଦରେ ନିର୍ମାଣ କରାଯାଉ ଥିବା ଏହି କାର୍ଯ୍ୟକୁ ନନ୍ଦନକାନନ କର୍ତ୍ତୃପକ୍ଷ ଏକ ସ୍ବତନ୍ତ୍ର କମ୍ପାନୀକୁ ଟେଣ୍ଡର ମାଧ୍ୟମରେ ହସ୍ତାନ୍ତର କରିଛନ୍ତି।
ସେପଟେ,୩ମାସ ମଧ୍ୟରେ ୧ନମ୍ବର ଓ ୨ନମ୍ବର ମୁଖ୍ୟ ପ୍ରବେଶ ପଥର ଯାତାୟାତର ପଥ କାର୍ଯ୍ୟ ଶେଷ କରିବେ ବୋଲି କହିଛନ୍ତି।
ପ୍ରକାଶ ଥାଉକି,ଆଜି ନନ୍ଦନକାନନର ମୁଖ୍ୟ ପ୍ରବେଶ ପଥକୁ ବନ୍ଦ କରାଯାଇ ଅନ୍ୟ ରାସ୍ତା ଦେଇ ପର୍ଯ୍ୟଟକଙ୍କୁ ଛଡା ଯାଉଥିବା ବେଳେ କିଛି ଘଣ୍ଟା ପାଇଁ ପର୍ଯ୍ୟଟକ ହନ୍ତସନ୍ତ ହୋଇଥିଲେ। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ହସ୍ତାନ୍ତର ପରେ ଲୋକେ ସହଜରେ ଯାତାୟାତ କରିଥିଲେ।ବର୍ତ୍ତମାନ ନନ୍ଦନକାନନକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ନୂଆ ପ୍ରବେଶ ପଥ ଗାଡି ପାର୍କିଂ ରାସ୍ତା ଦେଇ ଯାତାୟାତ କରିବା ସହ ସେହି ରାସ୍ତାର ଅନ୍ୟ ଏକ ପାର୍ଶ୍ଵରେ ଫେରିବା ପାଇଁ ରାସ୍ତା ନିର୍ମାଣ କରାଯାଇଛି।ତିନିମାସ ମଧ୍ୟରେ ମୁଖ୍ୟ ପ୍ରବେଶ ପଥ କାର୍ଯ୍ୟ ଶେଷ ହେବା ପରେ ପର୍ଯ୍ୟଟକ ପୁନର୍ବାର ମୁଖ୍ୟ ପ୍ରବେଶ ପଥ ଦେଇ ଯାତାୟାତ କରିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।