ବ୍ୟୁରୋ : ନନ୍ଦନକାନନରେ ଆଜି ଏକ ଦୃଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୭ଜଣ ପର୍ଯ୍ୟଟକ।ଦିନ ୨-୩୦ ସମୟରେ ୫୭ଜଣ ପର୍ଯ୍ୟଟକଙ୍କୁ ନେଇ ନନ୍ଦନକାନନ ଶିଶୁ ରେଳଗାଡ଼ି ଟ୍ରାକରେ ଯାଉଥିବା ବେଳେ ଅଧା ରାସ୍ତାରେ ଅଚାନକ ଦୁଇଥର ଧକ୍କା ଖାଇ ବନ୍ଦ ହୋଇଯାଇ ରେଳଧାରଣା ତଳକୁ ଖସି ଯାଇଥିଲା।ଯାହା ଫଳରେ ଟ୍ରେନରେ ବସିଥିବା ଯାତ୍ରୀ ଏଣେ ତେଣେ ଛିଟିକି ପଡ଼ିଯାଇ ଥିଲେ।ହେଲେ ବଗି ପରିସରରେ କାହାର କିଛି କ୍ଷତି ହୋଇ ନଥିବା ବେଳେ ସମସ୍ତ ଯାତ୍ରୀଙ୍କୁ ସ୍ବତନ୍ତ୍ର ଗାଡି ଯୋଗେ ଉଦ୍ଧାର କରାଯାଇ ଟିକେଟ ବାବଦେ ଟଙ୍କା ଫେରସ୍ତ କରାଯାଇଛି।
ସୂଚନା ଅନୁସାରେ,ଟ୍ରେନ ଚଳାଇବା ପାଇଁ ଅଭିଜ୍ଞ ଡ୍ରାଇଭରଙ୍କ ଆବଶ୍ୟକତା ଥିବା ବେଳେ ଅନଭିଜ୍ଞ ଡ୍ରାଇଭରଙ୍କୁ ନନ୍ଦନକାନନ କର୍ତ୍ତୃପକ୍ଷ ନିଯୁକ୍ତି ଦେଇ ଥିବାରୁ କେତେବେଳେ କେଉଁ ପର୍ଯ୍ୟଟକଙ୍କର ଜୀବନ ବିପଦକୁ ଟାଣି ଆଣିବା ତାହା କିଏ କହିବ ?