ବ୍ୟୁରୋ – ଆସୁଛି ପର୍ଯ୍ୟଟନ ୠତୁ।ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ କର୍ତ୍ତୃପକ୍ଷ ଅଣ୍ଟା ଭିଡିଛନ୍ତି।ବିଭିନ୍ନ ପ୍ରଜାତିର ନୂଆ ପଶୁପକ୍ଷୀ ଆଣିବା ପାଇଁ ଆଜି ନନ୍ଦନକାନନ ଏସିଏଫ ସୁଦୀପ୍ତ ପଣ୍ଡା ଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ୍ କର୍ଣ୍ଣାଟକ ରାଜ୍ୟର ମାଙ୍ଗାଲୁର ସ୍ତିତ ପିଲିକୁଲା ଚିଡ଼ିଆଖାନାରୁ ୫ ପ୍ରଜାତିର ୧୧ ଜୀବଜନ୍ତୁ ଆଣିବେ।ଆସୁଥିବା ଜୀବଜନ୍ତୁଙ୍କ ମଧ୍ୟରେ ଅଛନ୍ତି Reticulated python 2,Wild dog 2,Brahminy kite 1, Common palm civet 3 ଏବଂ Large egret 2 ।
ଅଦଳ ବଦଳ ପ୍ରକ୍ରିୟାରେ ନନ୍ଦନକାନନ ଦେଉଛି Golden pheasant 2, Silver pheasant 2,Asiatic lion 1,Gharial crocodile 2 ଏବଂ Indian grey wolf 1 ।ଏ ସମସ୍ତ ଜୀବଜନ୍ତୁ ଆଣିବା କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ଅନୁମୋଦନ ଦେବା ପରେ ଆଜି ସକାଳୁ ଏକ ୧୦ଜଣିଆ ଟିମ୍ ସ୍ଵତନ୍ତ୍ର ଟ୍ରକ୍ ଯୋଗେ ମାଙ୍ଗାଲୁର୍ ଗସ୍ତ କରିଛନ୍ତି।