ମାଛ ମାରୁ ମାରୁ ନଦୀରୁ ନିଖୋଜ ହେଲେ ଧୀବର

ବ୍ୟୁରୋ – କଟକ ଜିଲ୍ଲା କାଠଯୋଡ଼ି ଶାଖା ନଦୀ ସିଢୁଆ ନଦୀରେ ମାଛ ଧରିବାକୁ ଯାଇ ଜଣେ ବ୍ୟକ୍ତି ହୋଇଛନ୍ତି ନିଖୋଜ। ନିଖୋଜ ବ୍ୟକ୍ତି ଜଣଙ୍କ କଟକ ସଦର ଥାନା ଅନ୍ତର୍ଗତ ନାଗବାଲି ଗ୍ରାମ କୈବର୍ତ୍ତ ସାହିର ରମାକାନ୍ତ ବେହେରା (୫୦) ବୋଲି ଜଣାପଡିଛି । ଗତକାଲି ଶୁକ୍ରବାର ବିଳମ୍ବିତ ରାତିରୁ ନଦୀକୁ ଯାଇ ଘରକୁ ଫେରି ନଥିଲେ।ଘରକୁ ନଆସିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ନା ପାଇବାରୁ ଶେଷରେ ଏନେଇ ପରିବାର ଲୋକେ କଟକ ସଦର ଥାନାରେ ଅଭିଯୋଗ କରିଛନ୍ତି।ସେପଟେ ଘଟଣାସ୍ଥଳରେ ଓଡ୍ରାଫ ଟିମ୍ ପହଞ୍ଚି ନିଖୋଜ ରମାକାନ୍ତଙ୍କୁ ଖୋଜୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *