ସୃଷ୍ଠି ହେଲା ଘୂର୍ଣ୍ଣିବଳୟ,,ଓଡ଼ିଶାକୁ ଆସୁଛି ବାତ୍ୟା

ବ୍ୟୁରୋ – ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ।ଓଡ଼ିଶା ମୁହାଁ ହୋଇ ମାଡ଼ି ଆସୁଛି ବାତ୍ୟା “ଦାନା”।୨୩,୨୪,ଓ ୨୫ ରେ ଭୀଷଣ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ।୨୧ ତାରିଖ ସନ୍ଧ୍ୟାରେ ବାତ୍ୟାର ଗତିପଥର ବାସ୍ତବିକ୍ ଚିତ୍ର ସ୍ପଷ୍ଟ ହେବ ବୋଲି କୁହା ଯାଇଥିବା ବେଳେ ଓଡ଼ିଶାର ଗୋପାଳପୂର,ପାରାଦୀପ ତଥା ବାଲେଶ୍ଵର ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ବିଭିନ୍ନ ମଡେଲ ଆକଳନ କରୁଛନ୍ତି।ଆଜିଠାରୁ ସୋମବାର ପର୍ଯ୍ୟନ୍ତ ୧୯ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବା ବେଳେ ସମୂନ୍ଦ୍ରକୁ ମାଛ ମାରିବାକୁ ଯାଇଥିବା ଧୀବର ମାନେ ୨୧ ତାରିଖ ବେଳକୁ ଫେରି ଆସିବା ପାଇଁ କୁହାଯାଉଛି।

Leave a Reply

Your email address will not be published. Required fields are marked *