ବ୍ୟୁରୋ : ଆଜି ରାଜ୍ୟର ବିଭିନ୍ନ ଜଙ୍ଗଲ ବିଭାଗକୁ ଅଲ୍ – ଟରେନ୍ ମୋଟର ଯାନ (ଏଟିଭି ),ଅଗ୍ନି ନିର୍ବାପକ ଏବଂ ଅଗ୍ନି ନିରାକରଣ ସହାୟତା ୟୁନିଟ ଯୋଗାଇ ଦିଆଯାଇଛି।ଆଜି ପୂର୍ବାହ୍ନରେ ନନ୍ଦନକାନନ ସ୍ଥିତ ରାଜ୍ୟ ଉଦ୍ଭିଦଉଦ୍ୟାନ ସମ୍ମୁଖରେ ରାଜ୍ୟର ୧୮ଗୋଟି ଜିଲ୍ଲାକୁ ୧୩୯ ଟି ଜଙ୍ଗଲ ସୁରକ୍ଷା କ୍ଷେତ୍ର ବିଭାଗକୁ ମୋଟରଜାନ ପ୍ରଦାନ କରିଛନ୍ତି pccf ସୁଶାନ୍ତ ନନ୍ଦ।
ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଯାତାୟାତ ଅଥବା ଗମନାଗମନ କରିବା ,ଅଧିକ ତୀବ୍ର ପଇଁତରା,ପର୍ଯ୍ୟଲୋଚନା ଏବଂ ନିରୀକ୍ଷଣ ସୁନିଶ୍ଚିତ କରିବା ପାଇଁ ATV ଗୁଡ଼ିକ ନିଧିଷ୍ଠ ଭାବରେ ଦୁର୍ଗମ ଅଞ୍ଚଳ ଗୁଡ଼ିକୁ ଦୃଷ୍ଟିରେ ରଖି କଷ୍ଟୋମାଇଜଡ କରାଯାଇଛି।
ସ୍ପ୍ରୀଙ୍କଲନ ସିଷ୍ଟମ ସହିତ ଅଗ୍ନି ନୀର୍ବାପକ ଯାନ ଗୁଡ଼ିକ ବିଶେଷ ଭାବରେ ସଡ଼କ ପାର୍ଶ୍ଵରେ ଘଟୁଥିବା ଅଗ୍ନିକାଣ୍ଡକୁ ସହଜ ଉପାୟରେ ତ୍ୱରିତ ପଦକ୍ଷେପ ନିଆଯାଇ ପାରିବ ବୋଲି ଏହି ବାବଦକୁ ଅର୍ଥ ରାଜ୍ୟ ବିପର୍ଜୟ ପ୍ରଶମନ ପାଣ୍ଠି ଅଧୀନରେ ମଞ୍ଜୁର ହୋଇଥିବା ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ଦ୍ଵାରା ଜଙ୍ଗଲ ବିଭାଗକୁ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ପିସିସିଏଫ୍ ଶ୍ରୀ ଯୁକ୍ତ ସୁଶାନ୍ତ ନନ୍ଦ।