ଲାଗୁ ହେଲା ନୂଆ ନିୟମ,ଏଣିକି ପ୍ରତି ମାସରେ ଥରେ ରାସନ୍ ସାମଗ୍ରୀ

ବ୍ୟୁରୋ : ରାଜ୍ୟରେ ନୂଆ ସରକାର ଆସିବା ପରେ ଧିରେ ଧିରେ ଦେଖିବାକୁ ମିଳୁଛି ପରିବର୍ତ୍ତନ।ପୂର୍ବରୁ ନବୀନ ସରକାର ସମୟରେ ପ୍ରତି ୩ମାସରେ ଥରେ ରାସନ୍ ସାମଗ୍ରୀ ଦିଆଯାଉ ଥିବା ବେଳେ ନୂଆ ସରକାର ଆସିବା ପରେ ରାସନ ହିତାଧିକାରୀଙ୍କ କ୍ଷେତ୍ରରେ ଆସିଛି ନୂଆ ପରିବର୍ତ୍ତନ।ଏଣିକି ୩ ମାସରେ ଥରେ ନୁହେଁ,ପ୍ରତ୍ୟେକ ମାସରେ ରାସନ ହିତାଧିକାରୀଙ୍କୁ ମିଳିବ ରାସନ ଚାଉଳ।ଏ ନେଇ ରାଜ୍ୟର ନୂଆ ସରକାର ଏହି ଘୋଷଣା କରିବା ପରେ ଓଡ଼ିଶାର ସମସ୍ତ ରାସନ ହିତାଧିକାରୀଙ୍କ ମନରେ ଖୁସି ଖେଳି ଯାଇଛି।ଆସନ୍ତା ୨୦୨୫ ନୂଆବର୍ଷ ଜାନୁଆରୀ ମାସରୁ ଏହି ବ୍ୟବସ୍ଥା ସମସ୍ତ ହିତାଧିକାରୀଙ୍କ ପାଇଁ ଉପଲବ୍ଧ ହେବ ବୋଲି ସୂଚନା ଦିଆ ଯାଇଛି।

Leave a Reply

Your email address will not be published. Required fields are marked *