ଯାହାର କେହି ନାହାନ୍ତି ତା ପାଖରେ ରାଣୀ ପଣ୍ଡା ଅଛି

ବ୍ୟୁରୋ : ଅଦିନିଆ ବର୍ଷାରେ ଜଣେ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇ ଶେଷରେ ତାଙ୍କର ମୃତ୍ୟ ଘଟିବା ଘଟଣାକୁ ନେଇ  ମୃତ ଚାଷୀ ପରିବାରକୁ ହାତ ବଢ଼ାଇଛନ୍ତି ଚର୍ଚ୍ଚିତ ଅଭିନେତ୍ରୀ ରାଣୀ ପଣ୍ଡା।ଗରିବଙ୍କ ଦୁଃଖର ସାଥି କୁହା ଯାଉଥିବା ସେହି ଚର୍ଚ୍ଚିତ ଅଭିନେତ୍ରୀ ରାଣୀ ପଣ୍ଡା ପୁଣି ଗରିବଙ୍କ ଅଗଣାର ଏନ୍ତୁଡ଼ିଶାଳରେ ବସି ମୃତ ପରିବାରକୁ ସାହାସ ପ୍ରଦାନ କରିବା ସହିତ ମୃତ ଚାଷୀ ପରିବାରକୁ ୧ଲକ୍ଷ ଟଙ୍କା ସହ ୮ସହ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳର ସଫଳ ଚାଷୀ ପୂର୍ଣ୍ଣଚନ୍ଦ୍ରଙ୍କର ଆକାଳ ବିୟୋଗ ଖବର ଶୁଣି ରାଣୀ ପଣ୍ଡା ଉକ୍ତ ଗାଁରେ ପହଞ୍ଚି ମୃତ ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀଙ୍କୁ ୧ଲକ୍ଷ ଟଙ୍କାର ଚେକ ପ୍ରଦାନ କରିବା ସହିତ ୧୧ଦିନ ଭୋଜିରେ ୮ସହ ଲୋକଙ୍କ ପାଇଁ ପୁରା ଗ୍ରାମବାସୀଙ୍କୁ ମାଗଣାରେ ମହାପ୍ରସାଦ ସେବନ କରିବା ପାଇଁ ଦେଇଛନ୍ତି ପ୍ରତିଶୃତି । ସେ କହିଛନ୍ତି,ଯାହାର କେହି ନାହାନ୍ତି ତା ପାଖରେ ରାଣୀ ପଣ୍ଡା ଅଛି।ବର୍ଷା ,ବାତ୍ୟା,ବନ୍ୟା ଅବା ଭୂମିକମ୍ପ ହେଉ ବିପଦରେ ପଡିଥିବା ଗରିବ ଲୋକଙ୍କ ସାଥିରେ ସବୁ ବେଳେ ଅଛି ଓ ରହିଥିବି।

Leave a Reply

Your email address will not be published. Required fields are marked *