ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କଲେ ମହାରାଜା ଦିବ୍ୟସିଂହ ଦେବ,,,ମାନିଲେ ଭଲ,ନମାନିଲେ ଆଇନର କଡା କାର୍ଯ୍ୟାନୁଷ୍ଠାନ ନେବୁ।

ବ୍ୟୁରୋ – ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାର ଆୟୋଜନ ପ୍ରସଙ୍ଗକୁ ନେଇ ପ୍ରେସ୍‌ମିଟ୍‌ ଜରିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଭୁବନେଶ୍ୱରରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ଗଜପତି କହିଛନ୍ତି ଯେ, ୧୯୭୭ ମସିହାରେ ପ୍ରଥମ ଥର ପାଇଁ ଇସ୍କନ ଅଦିନିଆ ରଥାଯାତ୍ରାର ଆୟୋଜନ କରିଥିଲା । ଯାହା କାଲିଫର୍ଣ୍ଣିଆ ସହରରେ ଅନୁଷ୍ଠିତ ହୋଇଥିଲେ । ପରେ ପରେ ପର୍ଯ୍ୟାୟକ୍ରମେ ବିଶ୍ୱର ବିଭିନ୍ନ ସହରରେ ଅଦିନିଆ ରଥଯାତ୍ରା ଏବଂ ବିଭିନ୍ନ ପର୍ବପର୍ବାଣୀର ଆୟୋଜନ କରିଆସୁଛନ୍ତି । ଯାହାକି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଉଲ୍ଲଂଘନ ହେଉଛି ।ଏହାକୁ ବନ୍ଦ କରିବାକୁ ଆମେ ଇସ୍କନ ପ୍ରଶାସନ ସହିତ ଆଲୋଚନ କରିଥିଲୁ । କିନ୍ତୁ ଯଥା ପୂର୍ବଂ ପରି କିଛି ସୁଫଳ ହେଲା ନାହିଁ।

ସେହିପରି ୨୦୦୭ ଡିସେମ୍ବରରେ ଲୁଧିଆନାରେ ଅଦିନିଆ ରଥଯାତ୍ରା କରିବାକୁ ନେଇ ଘୋଷଣା କରିଥିଲେ । ଯାହାକୁ ନେଇ ସେତେବେଳେ ଏକ ଆପତ୍ତିଜନକ ଚିଠି ଲେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ହେଲେ ଚିଠିକୁ ବେଖାତିର କରି କରି ରଥଯାତ୍ରା କରିଲେ ଇସ୍କନ । ବାରମ୍ବାର ଚିଠି କରିବା ସତ୍ତ୍ୱେ ବି ମାନିନଥିଲେ ଇସ୍କନ କର୍ତ୍ତୃପକ୍ଷ । ଏହାର କିଛି ମାସ ପରେ ପୁଣି ଥରେ ଦିଲ୍ଲୀରେ ଅଦିନିଆ ରଥଯାତ୍ରାରେ ଆୟୋଜନ କରିଥିଲେ । ଯାହାକୁ ସେତେବେଳେ ଦୃଢ ନିନ୍ଦା କରିଥିଲା ଜଗନ୍ନାଥ ସମିତି । ମାର୍ଚ୍ଚ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ମାର୍ଚ୍ଚରେ ଇସ୍କନ ପକ୍ଷରୁ ଗଭର୍ଣ୍ଣିଂ କାଉନସିଲର ବୈଠକ ଅଛି । ସେଠି ଯଦି ସେମାନେ ମାନିଯିବେ, ଭଲ କଥା। ନ ହେଲେ ଏଥର ଆମେ ଆଇନର କଡା ରାସ୍ତା ବାଛିବୁ। ଇସ୍କନ ଧର୍ମପ୍ରଚାର କରିପାରିବ, ହେଲେ ରଥଯାତ୍ରା ନୁହେଁ।

Leave a Reply

Your email address will not be published. Required fields are marked *