ବିରଳ କଇଁଛକୁ ଦେଖିବା ପାଇଁ ଲୋକଙ୍କ ଭିଡ

ବ୍ୟୁରୋ – ମୁଣ୍ଡଳୀ ନିକଟସ୍ତ ଜଗନ୍ନାଥ ମନ୍ଦିରରେ ଦେଖିବାକୁ ମିଳିଛି ଏକ ଅଲୌକିକ  କଇଁଛର ଦୃଶ୍ୟ।କେବେ ଏଭଳି କଇଁଛକୁ ଲୋକେ ଦେଖି  ନଥିବା ବେଳେ କଇଁଛ ଟି କେଉଁଠୁ ଆସିଲା ଓ ଜଗନ୍ନାଥ ମନ୍ଦିରକୁ କାହିଁକି ଆସିଲା ତାହା ସମସ୍ତ ଭକ୍ତ ମାନଙ୍କୁ  ଚକିତ କରିଛି।ସେପଟେ,କେତେକ ଲୋକେ କହୁଛନ୍ତି,ଏହା ବିରଳ ଶଙ୍ଖ ପ୍ରଜାତିର କଇଁଛ ଓ ଆଉ କେହି କହୁଛନ୍ତି ଏହା ଜଗନ୍ନାଥଙ୍କ ଅଲୌକିକ ଦୃଶ୍ୟ।

ଅନ୍ୟପଟେ,ବିରଳ କଇଁଛକୁ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟି ଥିବା ବେଳେ,ମହାନଦୀରୁ ଚାଲି ଆସିଥିବା କଇଁଛକୁ ଯେତେ ଥର ନଦୀର ସ୍ରୋତରେ  ଛାଡିଲେ ମଧ୍ୟ ପୁନର୍ବାର ମନ୍ଦିରକୁ ଚାଲି ଆସିବା ସମସ୍ତଙ୍କ ମନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି।ଶେଷରେ ମହାନଦୀର ଜଳରେ କଇଁଛକୁ ପୂଜାର୍ଚ୍ଚନା କରାଯିବା ପରେ କଇଁଛଟି ନଦୀର ଗଭୀର ଜଳକୁ ଚାଲି ଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *