ଥରାଇବ ଶୀତ।ତିନିଦିନ ପରେ ରାଜ୍ୟରେ ଆରମ୍ଭ ହେବ ହାଡ଼ ଭଙ୍ଗା ଶୀତ। 

ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ଯାଏଁ ଭିଜିବ ଉପକୂଳ ଓଡ଼ିଶା। କୋହଲା ପାଗ ସହ ଘନ କୁହୁଡି କରିବ କଲବଲ।୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଓଡ଼ିଶା ପାଣିପାଗ ବିଭାଗ କେନ୍ଦ୍ର।ଏପଟେ ବର୍ଷା କମିବା ପରେ କଲବଲ  କରିବ ଘନ କୁହୁଡି।୨୩ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା,କେନ୍ଦୁଝର,କଳାହାଣ୍ଡି,କନ୍ଧମାଳ,କୋରାପୁଟ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।ଏହିସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ଦୃଶ୍ୟମାନ ଦୂରତା ରହିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ।ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ନୂଆ ବର୍ଷ ପର୍ଯ୍ୟନ୍ତ ମେଘୁଆ ପାଗ ରହିବା ସହ ୩ ଦିନ ପରଠାରୁ ରାଜ୍ୟରେ ଶୀତ କରିବ କଲବଲ।୨ରୁ୪ ଡିଗ୍ରୀ ପର୍ଯ୍ୟନ୍ତ ଦିନ ଏବଂ ରାତିର ତାପମାତ୍ରା କମିବ ବୋଲି ଆକଳନ କରାଯାଇଛି।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ଗତ ଦୁଇ ଦିନ ହେବ ରାଜ୍ୟରେ ଅସ୍ତବ୍ୟସ୍ତ କରିଛି ଲଗାଣ ବର୍ଷା।ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି।ଏଭଳି ବର୍ଷା ଆହୁରି ୨୪ ଘଣ୍ଟା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ବିଶେଷ କରି ମୟୂରଭଞ୍ଜ,ବାଲେଶ୍ଵର,ଭଦ୍ରକ,ଯାଜପୁର,ଖୋର୍ଦ୍ଧା,କଟକ, କେନ୍ଦ୍ରାପଡ଼ା,ଜଗତସିଂପୁର,ଗଞ୍ଜାମ,ଗଜପତି,ରାୟଗଡ଼ା, କଳାହାଣ୍ଡି,କନ୍ଧମାଳ,ଢେଙ୍କାନାଳ,ଝାରସୁଗୁଡ଼ା ଆଦି ଜିଲ୍ଲାରେ ବିଶେଷତଃ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *